ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବିଧାନସଭାର ଶୀତ ଅଧିବେଶନର ତୃତୀୟ ଦିନରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ପ୍ରସଙ୍ଗ ଉଠିଲା ପ୍ରଶ୍ନ | ୨୦୧୬ ମେକ୍ ଇନ୍ ଓଡ଼ିଶା ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଜରିଆରେ ୧୨୨ଟି ପର୍ଯ୍ୟଟନ ସ୍ଥଳୀରେ ବିକାଶ ପାଇଁ ଅନୁମୋଦନ ମିଳିଥିଲା । ଏଥିରେ ପଞ୍ଚ ତାରକା ହୋଟେଲ, ରିସର୍ଟ, ଓ୍ବାଟର ପାର୍କ, ହାଉସ ବୋଟ୍ ପରି ସୁବିଧା କରାଯିବ । ସେପଟେ, ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ପ୍ରଶ୍ନକାଳରେ ଉତ୍ତର ରଖିଛନ୍ତି ଯେ, ଚଉଷଠି ଯୋଗିନୀ ପୀଠର ବିକାଶ ନେଇ ୫୦ ଲକ୍ଷ ଟଙ୍କା ଦେଇଛନ୍ତି ରାଜ୍ୟ ସରକାର ।
ରିପୋର୍ଟ ଦୀପା ପ୍ରଧାନ