ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଥାନାରେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା | ସୂଚନା ଅନୁସାରେ, ଗତକାଲି ଏକ ବାହାଘର ଭୋଜି ଖାଇ ରାନୀ ପଣ୍ଡା କାର୍ରେ ଫେରୁଥିବା ବେଳେ କଟକ ଜିଲ୍ଲା ଆଠଗଡ ବ୍ଲକ୍ ଅନ୍ତର୍ଗତ ଡାଲଖାଇ ଛକ ନିକଟରେ ଏକ ବାଇକ୍ ସହ ତାଙ୍କ କାର୍ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ବାଇକ୍ ଚାଳକଙ୍କୁ କଟକ SCBରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ବ୍ୟକ୍ତି ଜଣକ ହେଲେ ରାଜନଗର ଗାଁ ର ସୁକାନ୍ତ ବେହେରା | ଯାହାଙ୍କ ବୟସ ମାତ୍ର ୨୮ ବର୍ଷ |
ଘଟଣା ସ୍ଥଳରେ ଆଠଗଡ଼ ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ଏହା ସହିତ ରାନୀ ପଣ୍ଡାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ପୋଲିସ |
ରିପୋର୍ଟ ଦୀପା ପ୍ରଧାନ