ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ। ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହୋଇପାରେ ଆଲୋଚନା | ଯଥା ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବୟନ ଶିଳ୍ପ, ହସ୍ତତନ୍ତ୍ର ଓ ହସ୍ତ ଶିଳ୍ପ, ଶକ୍ତି ବିଭାଗ ପ୍ରଶ୍ନକାଳ ଉପରେ ଆଲୋଚନା ରହିଛି । ଏହାସହିତ ବିଜ୍ଞାନ ଓ କାରିଗରୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ, ସରକାରୀ ଉଦ୍ୟୋଗ ବିଭାଗର ପ୍ରଶ୍ନ କାଳରେ ଆଲୋଚନା ରହିଛି । ବିଧାୟକମାନେ ଭିନ୍ନ ଭିନ୍ନ ପ୍ରଶ୍ନ ମଧ୍ୟ ପଚାରିପାରିବେ। ସୂଚନା ଅନୁଯାୟୀ ,ପ୍ରଥମ ଦିନରୁ ହିଁ ଶାସକ ଓ ବିରୋଧୀ ମହାଁମୁହିଁ ହୋଇଛନ୍ତି |
ରିପୋର୍ଟ ଦୀପା ପ୍ରଧାନ