ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ। ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥାନ୍ତା | ହେଲେ ବିରୋଧୀଙ୍କ ତାମସା ଯୋଗୁଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନାହୋଇପାରିଲା ନାହିଁ | ଚାଷୀ ସମସ୍ୟା ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ହୋଇପାରିଲାନି ଆଲୋଚନା | ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି ଦେବା ସହ ଗୃହକାର୍ଯ୍ୟ କରାଇ ଦେଲେନି | ଯାହାଫଳରେ ଫଳରେ ବାଚସ୍ପତି ଦିନ ସାଢ଼େ ୧୧ଟାଏ ଯାଏ ବିଧାନସଭାକୁ ମୁଲତବୀ ରଖିଥିଲେ । ଏବଂ ପରେ ଅଧିବେଶନ ଆରମ୍ଭ ହେବା ମାତ୍ରେ ଏଭଳି ସମାନ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ନେଇ ବାଚସ୍ପଚି ଗ଼ହକୁ ଅପରାହ୍ନ ୪ଟା ଯାଏ ମୁଲତବି ରଖିଛନ୍ତି ।ସୂଚନା ଅନୁଯାୟୀ ,ପ୍ରଥମ ଦିନରୁ ହିଁ ଶାସକ ଓ ବିରୋଧୀ ମହାଁମୁହିଁ ହୋଇଛନ୍ତି | ଆଗକୁ ବି ଏଭଳି ପରିସ୍ଥିତି ଉପୁଜିବ ବୋଲି ଆଶଙ୍କା କରାଯାଉଛି |
ରିପୋର୍ଟ ଦୀପା ପ୍ରଧାନ