ପଦ୍ମପୁର: ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି | ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁ ପ୍ରାର୍ଥୀ ହେବା ପରେ ଏବେ ବିଜେଡିରୁ କିଏ ହେବେ ପ୍ରାର୍ଥୀ ତାହା ଉପରେ ରହିଛି ସମସ୍ତଙ୍କ ନଜର। କାହା ଉପରେ ଭରଷା କରିବେ ବିଜେଡି ସୁପ୍ରିମୋ | ତେବେ ବିଜେଡି ଲିଷ୍ଟରେ ଆଗରେ ଅଛନ୍ତି ଦିବଙ୍ଗତ ବିଧାୟକ ବିଜୟ ରଂଜନଙ୍କ ଧର୍ମପତ୍ନୀ ତିଳୋତ୍ତମା ସିଂ ବରିହା ଏବ ଝିଅ ବର୍ଷ ସିଂ ବରିହା |
ଦିବଂଗତ ବିଧାୟକ ବିଜୟରଂଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଖାଲି ପଡିଛି ପଦ୍ମପୁର ଆସନ | ସେପଟେ ଚର୍ଚା ହେଉଛି ବର୍ଷା ହୋଇପାରନ୍ତି ବିଜେଡି ପ୍ରାର୍ଥୀ | ବର୍ଷା ବରିହା ଦିବଙ୍ଗତ ବିଧାୟକ ବିଜୟରଂଜନ ବରିହାଙ୍କ ବଡଝିଅ । ବର୍ଷାଙ୍କୁ ପ୍ରାର୍ଥୀ କରି ବିଜେଡି ମହିଳା କାର୍ଡ ଖେଳି ବିରୋଧୀଙ୍କୁ ମାତ ଦେବାକୁ ନୂଆ ରଣନୀତି କରିଛି । ଏନେଇ ଆଜି ଦଳ ଅନୁଷ୍ଠାନିକ ଭାବେ ବର୍ଷାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବେ ବୋଲି ଚର୍ଚା ଜୋର ଧରିଛି |