ସନଷ୍ଟାର ଟିଭି ବ୍ୟୁରୋ
ଧାମନଗର : ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରାଜୁ ଦାସ | ଧାମନଗର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ ରହିଥିବା ବେଳେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ରାଜେନ୍ଦ୍ର ଦାସଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା | ତେବେ ଏସବୁ ଭିତରେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡିଛନ୍ତି ରାଜୁ ଦାସ |
ବିଜେଡିରୁ ଟିକେଟ୍ ନମିଳିବାରୁ ରାଜେନ୍ଦ୍ର ଦାସ ଅସନ୍ତୁଷ୍ଟ ଥିଲେ। ଗତକାଲି ଦଳ ପକ୍ଷରୁ ରାଜେନ୍ଦ୍ରଙ୍କ ମାନଭଂଜନ ଉଦ୍ୟମ ହୋଇଥିଲା। ଆଜି ସକାଳୁ ସକାଳୁ ତାଙ୍କର କିଛି ସମର୍ଥକ ତାଙ୍କ ଘରେ ହାଜର ହୋଇଥିଲେ। ରାଜେନ୍ଦ୍ର ଦାସ ପ୍ରାର୍ଥୀ ପତ୍ର ଦାଖଲ କରିବେ କି ନାହିଁ ସେ ନେଇ ସସ୍ପେନ୍ସ ଲାଗି ରହିଥିଲା। ହେଲେ ଏହି ସସ୍ପେନ୍ସ ଉପରୁ ସେ ପରଦା ହଟାଇଛନ୍ତି। ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ରାଜୁ ଦାସ ।
ସେପଟେ, ନାମାଙ୍କନ ଦାଖଲ ପୂର୍ବରୁ ରାଜେନ୍ଦ୍ର ଦାସ କହିଛନ୍ତି ଯେ , କୁଚକ୍ରୀଙ୍କ ପାଇଁ ହାରିଥିଲି, ଏଥର ଜିତିବି। ଗୁରୁଜନଙ୍କ ଆଶୀର୍ବାଦ ନେଇ ନିର୍ବାଚନ ଲଢ଼ିବି।୨୦୧୯ ନିର୍ବାଚନ ଅଳ୍ପ ବ୍ୟବଧାନରେ ହାରିଥିଲି। କୁଚକ୍ରୀ ଗୋଷ୍ଠୀଙ୍କ ପାଇଁ ସେତେବେଳେ ନିର୍ବାଚନ ହାରିଥିଲି। ତେଣୁ ମୋ ଉପରେ ଲୋକଙ୍କ ସିମ୍ପାଥି ଅଧିକ ଅଛି। ଧାମନଗରବାସୀ ମୋ ସହ ଅଛନ୍ତି, ନିଶ୍ଚୟ ବିଜୟୀ ହେବି।’
ରାଜେନ୍ଦ୍ର ଦାସ ଯଦି ସ୍ୱାଧୀନ ପ୍ରାର୍ଥୀ ହେଲେ ବିଜେଡିରେ ବଡ଼ ଧରଣର ବିଦ୍ରୋହ ହେବ। ତେବେ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିବାବେଳେ ୧୫ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ଅକ୍ଟୋବର ୧୭ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ। ଏବଂ ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ହେଉଥିବା ବେଳେ , ୬ ତାରିଖରେ ରେ ଫଳାଫଳ ପ୍ରକାଶ ପାଇବ।
ରିପୋର୍ଟ : ଦୀପା ପ୍ରଧାନ