ସନଷ୍ଟାର ଟିଭି ବ୍ୟୁରୋ
ଉଦଳା :ଗତକାଲି ଉଦଳା ବ୍ଲକ ଅଧିନ ରେ ଥିବା କଳାପାହାଡ଼ ପ୍ରାଥମିକ ସ୍କୁଲ ରେ ଏକ ନିଆରା ପରିବେଶ ମଧ୍ୟ ରେ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏବେ ସାରା ରାଜ୍ୟ ରେ ମହୋତ୍ସବ ସପ୍ତାହ ପାଳନ ହୋଉଥିବା ବେଳେ ତୃତୀୟ ଦିନରେ କଳାପାହାଡ଼ ସ୍କୁଲ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଉଦଳା ଥାନା ର ଆଇଆଇ ସି ନିରୋଜ କୁମାର ସାମଲ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ରାଢ଼ ପଞ୍ଚାୟତର ସରପଞ୍ଚ ଏବଂ ବରିଠ ସାମ୍ବାଦିକ ସନ୍ତୋଷ ବାଛିନି ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ସ୍କୁଲର ମୁଖ୍ୟ ଫାଟକ ପାଖରେ ଜଗନ୍ନାଥ ଙ୍କ ଫୋଟୋ ରେ ପୂଜାର୍ଚ୍ଚନା କରିବା ସହ ବିଭିନ ବୃକ୍ଷ ଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଇଥିଲା। ପରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଥିଲା । ପରିବେଶ ଅବକ୍ଷୟ ଓ ପରିବେଶ ତାପମାତ୍ରା ବୃଦ୍ଧି ଉଦବେଗ ଜନକ ହୋଇଥିବା ବେଳେ ପରିବେଶ ସନ୍ତୁଳନ ରକ୍ଷା କରାଯିବା କୁ ବୃକ୍ଷ ରୋପଣ ଏବଂ ନୂତନ ଜଙ୍ଗଲ ସୃଷ୍ଟି କରିବା ନିହାତି ଦରକାର ବୋଲି ମୁଖ୍ୟ ଅତିଥି ତାଙ୍କ ବାର୍ତ୍ତା ରେ କହିଥିଲେ। ସ୍କୁଲ ହଲରେ ଏକ ସଚେତନତା ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍କୁଲର ପ୍ରଧାନ ଶିକ୍ଷକ କୁଳମଣି ବେହେରା ଅତିଥି ପରିଚୟ ପ୍ରଦାନ କରିବା ସହ ସ୍କୁଲ ରେ କେମିତି ପରିବେଶ ଠିକ ରହିବା ସହ ଛାତ୍ର ଛାତ୍ରୀ ଙ୍କ ମାଧ୍ୟମ ରେ କେମିତି ସଚେତନତା ର ବାର୍ତ୍ତା ସମାଜରେ ପହଁଚି ପାରିବ ସେଥିପାଇଁ ଚେଷ୍ଟା ଜାରି ରହିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ରେ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ଙ୍କ ସମେତ ସମସ୍ତ ମେମ୍ବର ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ। ତେବେ ଏଭଳି ଏକ କାର୍ଯ୍ୟକ୍ରମ କୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରସଂଶା କରାଯାଇଥିଲା ।(ରିପୋର୍ଟ: ଆଲୋକ କୁମାର ବେହେରା)