ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରୁଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାଇତ୍ବ ନେବାରେ ଏହା ତାଙ୍କର ପ୍ରଥମ ସମୀକ୍ଷା ବୈଠକ। ଏହି ବୈଠକରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ଏବଂ ରୁସା ପ୍ରକଳ୍ପରେ ଆସୁଥିବା ଅର୍ଥର କିଭଳି ବିନିଯୋଗ ହୋଇଛି ତାହା ଉପରେ ଆଲୋଚନା କରାଯିବ।
ବୈଠକରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗରେ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ ଦାସ ଏବଂ ପ୍ରମୁଖ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି। ପ୍ରକଳ୍ପ ବହୁ ଦିନ ଧରି ପଡ଼ି ରହିଛି, ଆଦି ବିଷୟରେ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନଙ୍କଠାରୁ ତଥ୍ୟ ସଂଗ୍ରହ କରିବେ। ଏହାପରେ ଅପରାହ୍ନ ୩ଟାରୁ ରୁ ୪.୩୦ ପର୍ଯ୍ୟନ୍ତ କେନ୍ଦ୍ରସରକାର ଓଡିଶାର ପ୍ରମୁଖ ଶିକ୍ଷା ଅନୁଷ୍ଠାନର ମୁଖ୍ୟମାନଙ୍କ ସହ ଭର୍ଚୁଆଲ ମାଧ୍ୟମରେ କଥା ବର୍ତ୍ତା ହେବେ ବୋଲି ସୂଚନା ମିଳିଛି। ଏହି ବୈଠକରେ ଆଇଆଇଟି, ଆଇଆଇଏମ୍ , ଏନ୍ ଆଇଟି, ଆଇଜର, ଇଗ୍ ନୋ, କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଓ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ସମୀକ୍ଷା ହେବ। କେନ୍ଦ୍ର ସରକାରଙ୍କ ଅଧୀନ ବିଭିନ୍ନ ସ୍କୁଲ ସଙ୍ଗଠନ ଯଥା କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ, ସିବିଏସ୍ଇ, ନବୋଦୟ ବିଦ୍ୟାଳୟ ସଙ୍ଗଠନ, ଏନ୍ ସିଟିଇ, ଏନ୍ ସିଇଆରଟି ମୁଖ୍ୟମାନଙ୍କ ସହ ଅପରାହ୍ ଣ ସାଢ଼େ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି।