ସନଷ୍ଟାର ଟିଭି ବ୍ୟୁରୋ
ଉଦଳା: ଉଦଳା ରୋଟାରୀ କ୍ଲବ ପକ୍ଷରୁ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଚିକିତ୍ସାଧିକାରୀ ଡା. ଶିବାନନ୍ଦ ମହାନ୍ତି ଯୋଗ ଦେଇ ଫିତାକାଟି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ରୋଟାରୀ କ୍ଲବର ସଦସ୍ୟଙ୍କ ସମେତ ବହୁ ସ୍ୱେଚ୍ଛାକୃତ ରକ୍ତଦାତା ଏହି ଶିବିରରେ ରକ୍ତଦାନ କରିଥିଲେ । ରକ୍ତଦାନ ମହାପୁଣ୍ୟ ଏବଂ କୋଭିଡ ମହାମାରୀ ସମୟରେ ରକ୍ତର ଆବଶ୍ୟକତା ରହିଥିବା ବେଳେ ଏହାକୁ ନଜରରେ ରଖି ରୋଟାରୀ କ୍ଲବ ପକ୍ଷରୁ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଏଥିରେ ୮୦ ୟୁନିଟ୍ ରକ୍ତ ସଂଗ୍ରହ କରାଯିବାର ଧାର୍ଯ୍ୟ କରାଯାଇଥିବା କହିଛନ୍ତି ରୋଟାରୀ କ୍ଲବର ସଭାପତି । ବିଭିନ୍ନ ସମୟରେ ରକ୍ତ ଅଭାବରୁ ଜୀବନ ଚାଲିଯାଉଥିବାରୁ ଏହି ରକ୍ତଦାନ ଶିବିର ଫଳରେ କିଛି ମାତ୍ରାରେ ରକ୍ତର ଅଭାବ ଦୂର ହୋଇପାରିବ ବୋଲି କୁହାଯାଇଛି । (ରିର୍ପୋଟ:ଆଲୋକ କୁମାର ଵେହେରା)