ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ:ପଶ୍ଚିମବଙ୍ଗର ସିଏମ୍ ମମତା ବାନାର୍ଜୀ ବର୍ତ୍ତମାନ ଦିଲ୍ଲୀ ରେ ଅଛନ୍ତି। ସେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିରୋଧୀ ଦଳର ନେତାମାନଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିଲେ ଏବଂ ଏହାସହ ପେଗାସସ ଇସୁ ସର୍ମ୍ପକରେ ନିଜର ପ୍ରଶ୍ନ ଏବଂ ଦାବି ଉପସ୍ଥାପନା କରିଥିଲେ। ଏକ ବୈଠକ ରେ ଯୋଗ ଦେଇ ମମତା କହିଛନ୍ତି, ୨୦୧୯ ମସିହା ରେ ନରେନ୍ଦ୍ର ମୋଦୀ ଲୋକପ୍ରିୟ ଥିଲେ। କିନ୍ତୁ ସେହି ଲୋକ ପ୍ରିୟତା ବର୍ତ୍ତମାନ ଆଉ ଜୀବିତ ନାହିଁ। ଏବେ ସେ ଲୋକମାନଙ୍କର ମୃତଦେହର ରେକର୍ଡ ରଖି ନାହାଁନ୍ତି । ମୃତ ଶବକୁ ଗଙ୍ଗା ନଦୀରେ ଫିଙ୍ଗି ଦିଆଯାଉଛି । ମୋଦୀ ସରକାର ସବୁ ଜାଣି ମଧ୍ୟ ଚୁପ ରହୁଛନ୍ତି। ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନେ କିନ୍ତୁ ଏହି କଥା ଭୁଲିଯିବେ ନାହିଁ ଏବଂ ଏହି କଥା ପାଇଁ କେବେ ମୋଦୀ ସରକାରଙ୍କୁ କ୍ଷମା କରିବେ ନାହିଁ। ଏହାସହ ସିଏମ୍ ମମତା ଏହା କହିଛନ୍ତି ଆମେ ‘ଅଚ୍ଛେ ଦିନ୍’ ଅପେକ୍ଷା ‘ ସଚ୍ଚେ ଦିନ୍’ ଦେଖିବାକୁ ଚାହୁଁଛୁ।