ସନଷ୍ଟାର ଟିଭି ବ୍ୟୁରୋ
ମହାରାଷ୍ଟ୍ର :ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କେଶାରୀ ଆଜି ରାୟଗଡ ଏବଂ ରତ୍ନାଗିରି ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ଯାଉଛନ୍ତି। ରାଜ୍ୟପାଳ ତାଙ୍କ ଗସ୍ତ ସମୟରେ ତାଲିଆ ଗାଁ ଏବଂ ଚିପଲୁନ୍ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି। ଗତ ସପ୍ତାହରେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେତୁ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା । ଯେଉଁଥିରେ ୧୬୪ ଜଣଙ୍କ ର ମୃତ୍ୟୁ ହୋଇଥିବାବେଳ ୩୧ ଜଣ ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ହେଲେ ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇଥିବା ତାଲିଆ ଗ୍ରାମର ସର୍ଚ୍ଚ ଅପରେସନ ବନ୍ଦ କରିବାକୁ ରାୟଗଡ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏହି ବର୍ଷା ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରି ବନ୍ୟା, ଭୂସ୍ଖଳନ ଘଟାଇବା ଦ୍ବାରା ବହୁ ଧନ ଜୀବନ ନଷ୍ଟ ହୋଇଛି ।
ସେଥିପାଇଁ ଉଦ୍ଧାର କାର୍ଯ୍ୟ ଆନୁଷ୍ଠାନିକ ଭାବେ ଶେଷ ହୋଇଛି। ଉପଯୁକ୍ତ ପ୍ରକ୍ରିୟା ପରେ ନିଖୋଜ ଥିବା ୩୧ ଜଣଙ୍କୁ ମୃତ ଘୋଷଣା କରାଯିବ। ନିଖୋଜ ଲୋକଙ୍କ ସମ୍ପର୍କୀୟ ଗତକାଲି ଠାରୁ ଅପରେସନ୍ ବନ୍ଦ କରିବାକୁ ଦାବି କରିଛନ୍ତି ବୋଲି କଲେକ୍ଟର କହିଛନ୍ତି।
ଏହାସହ ଶନିବାର ଦିନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗାଁ ପରିଦର୍ଶନ କରି କହିଛନ୍ତି ଯେ ରାଜ୍ୟର ଅନେକ ସ୍ଥାନରେ ଭୂସ୍ଖଳନ ସାଂଘାତିକ ପ୍ରମାଣିତ ହୋଇଥିବାରୁ ପାହାଡ଼ିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାୟୀ ସ୍ଥାନାନ୍ତର ପାଇଁ ସରକାର ଯୋଜନା ପ୍ରସ୍ତୁତ କରିବେ। ରାଜ୍ୟ ସରକାରଙ୍କ ଅନୁଯାୟୀ, ବର୍ଷା ପ୍ରଭାବିତ ରାୟଗଡ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୭୧ରେ ପହଞ୍ଚିଥିବାବେଳେ ୫୩ ଜଣ ନିଖୋଜ ଅଛନ୍ତି।