ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ :ଅନେକ ଫିଲ୍ମରେ କାମ କରି ସାରିଥିବା ବର୍ଷିଆନ୍ ଅଭିନେତ୍ରୀ ସବିତା ବଜାଜ୍ ନିକଟରେ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ସୂଚନା ଦେଇଥିଲେ । ନିକଟରେ ସେ ଆର୍ଥିକ ସୟାୟତା ପାଇଁ ଲୋକଙ୍କୁ ଗୁହାରୀ ମଧ୍ୟ କରିଥିଲେ । କୋଭିଡ ଯୋଗୁ ତାଙ୍କର ସମସ୍ତ ଜମାଟଙ୍କା ସରି ଯିବାପରେ ତାଙ୍କର ଚଳିବା କଷ୍ଟକର ହୋଇ ପଡିଥିବା କଥା ସେ କହିଥିଲେ । ନିକଟରେ ପୁଣି ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିବା ପରେ, ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କର ଏହି ଭିଡିଓ ଭାଇରାଲ ହେବାପରେ ଅଭିନେତା ଶୋନୁ ସୁଦ ସହାୟତରେ ହାତ ବଢ଼ାଇଥିଲେ। ଆଉ ଏବେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ତାଙ୍କର ଡିସଚାର୍ଜ ହେବା କଥା ଅଭିନେତ୍ରୀ ନୁପୁର ଅଳଙ୍କାର ଏହାର ସୂଚନା ଦେଇଛନ୍ତି ।