ସନଷ୍ଟାର ଟିଭି ବ୍ୟୁରୋ
ଗୁଣପୁର:ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅଧିନସ୍ତ ସିରିଝୋଲି ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ବୋଷି ମିନା ରାଓ ସେହି ଗ୍ରାମପଞ୍ଚାୟତ ରେ ହୋଇଥିବା ବିଭିନ୍ନ ଉନ୍ନତି ମୂଳକ କାମରେ ଦୁର୍ନୀତି କରିଥିବା ଏବଂ ସହଯୋଗୀ ଥିବା ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କେତେକ ଗଣ ମାଧ୍ୟମରେ ଖବର ପ୍ରକାଶ କରିବାରୁ ଖବର ପ୍ରକାଶ କରିଥିବା ସାମ୍ବାଦିକଙ୍କୁ ପ୍ରାଣରେ ମାରିଦେବା, ଏଟ୍ରୋସିଟ କେସ ଦାୟର କରିବା ଓ ତାଙ୍କ ସମ୍ପର୍କିତ କିଛି ହରିଜନ କୂଳ ବ୍ୟକ୍ତିଙ୍କୁ ନେଇଘରେ ପଶି ଆକ୍ରମଣ କରିବା ଭଳି ଧମକ ଦେଉଥିଲେ । ଏଥି ପ୍ରତି ସାମ୍ବାଦିକ ଗୁରୁତ୍ୱ ନଦେଇ ଖବର ପ୍ରକାଶିତ କରିବାରୁ ଏବଂ ସେ ଲିପ୍ତ ଥିବା କିଛି ଦୁର୍ନୀତି ମୂଳକ କାମର ସବିଶେଷ ବିବରଣୀ ଜାଣିବା ସକାସେ ସୂଚନା ଅଧିକାର ଆଇନ ଅନୁଯାୟୀ ତଥ୍ୟ ମାଗିଥିବା ରୁ ଆଜି ମଧ୍ୟାହ୍ନ ସମୟରେ ଗୁଣପୁର ଠାରେ କାର୍ଯ୍ୟରତ ସାମ୍ବାଦିକ ଶକ୍ତି ଦାଶଙ୍କ ଉପରେ ଵୋଷି ମିନାରାଉ ଓ ତାଙ୍କ ସହଯୋଗୀ ବୋଷି ଜୟରାଜୁ ଏବଂ ତାଙ୍କ ସମ୍ପର୍କିତ କିଛି ଗୁଣ୍ଡା ପ୍ରବୃତ୍ତି ବ୍ୟକ୍ତିଙ୍କୁ ନେଇ ମରଣାନ୍ତକ ଆକ୍ରମଣ କରି ଶ୍ରୀ ଦାଶ ଙ୍କ ଠାରୁ ଏକ ତିନି ଭରି ସୁନା ଚେନ୍ ଓ ୪ ହଜାର ଟଙ୍କା ଲୁଟି ନେଇଛନ୍ତି । ଏହି ସମୟରେ କିଛି ସାମ୍ବାଦିକ ଘଟଣା ସ୍ଥଳରେ ପହଞ୍ଚିବା ଦେଖି ସେମାନେ ସେଠାରୁ ବାଇକ୍ ରେ ଚାଲି ଯାଇଥିଲେ । ଏନେଇ ଶ୍ରୀ ଦାଶ ଥାନାରେ ଏତଲା ଦେଇଛନ୍ତି ଏବଂ ନିଜେ ଥାନା ଭାର ପ୍ରାପ୍ତ ଅଧିକାରୀ ଶ୍ରୀ ଜଶବନ୍ତ ହିଆଲ୍ ଏହାର ତଦନ୍ତ ଭାର ନେଇଥିବା ଜଣା ପଡ଼ିଛି । ବର୍ତ୍ତମାନ ସୁଦ୍ଧା ଘଟଣା ନେଇ କୌଣସି ବ୍ୟକ୍ତିଙ୍କୁ ଗିରଫ କରାଯାଇ ନଥିବାରୁ ସାମ୍ବାଦିକ ମହଲରେ କ୍ଷୋଭ ପ୍ରକାଶ ପାଇଛି । ଦୁର୍ନୀତି ଏବଂ ଏଥିରେ ସମ୍ପୃକ୍ତି ବ୍ୟକ୍ତିଙ୍କ ବିରୁଦ୍ଧର ଖବର ପ୍ରକାଶ କରିଥିବାରୁ ଗୁଣପୁର ଠାରେ କିଛି ଗୁଣ୍ଡା ପ୍ରବୃତ୍ତିର ବ୍ୟକ୍ତି ସାମ୍ବାଦିକଙ୍କୁ ଆକ୍ରମଣ କରୁଥିବା ଏବଂ ସମ୍ବାଦିକଙ୍କ ନାମରେ ମିଥ୍ୟା ମକଦ୍ଦମା କରି କଣ୍ଠରୋଧ କରିବା ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯାଇଛି। ଘଟଣା ସମ୍ପର୍କରେ ସାମ୍ବାଦିକ ସଂଘ ପକ୍ଷରୁ ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଅବଗତ କରିବାରୁ ସେ ଏନେଇ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । (ରିର୍ପୋଟ- ସୁରେନ୍ଦ୍ର ମହାନ୍ତି)