ସନଷ୍ଟାର ଟିଭି ବ୍ୟୁରୋ
ବେଜିଂ:ରାଜ୍ୟ ଗଣମାଧ୍ୟମ ଦ୍ବାରା ସୂଚନା ପ୍ରକାଶ ଯେ ଚୀନ୍ ମଙ୍ଗଳବାର ଦିନ ଏକ ମ୍ୟାଗ୍ଲେଭ୍ ଟ୍ରେନ୍ ଉନ୍ମୋଚନ କରିଛି। ଯାହାର ଘଣ୍ଟାପ୍ରତି ବେଗ ୬୦୦କିଲୋମିଟର ରହିଛି। ସର୍ବାଧିକ ବେଗ ବିଶିଷ୍ଟ ଏହି ଟ୍ରେନ ଚୀନ୍ ଦ୍ୱାରା ସ୍ବୟଂ ବିକଶିତ ତଥା ଉପକୂଳବର୍ତ୍ତୀ ସହରରେ ଉତ୍ପାଦିତ ହେବ, ଯାହା ବିଶ୍ୱବ୍ୟାପୀ ଦ୍ରୁତତମ ଗ୍ରାଉଣ୍ଡ ଯାନ ଅଟେ। ଇଲେକ୍ଟ୍ରୋ-ମ୍ୟାଗନେଟିକ୍ ଶକ୍ତି ସାହାର୍ଯ୍ୟରେ କରି, ମ୍ୟାଗ୍ଲେଭ୍ ଟ୍ରେନ୍ ଟି ଶରୀର ଉପରେ ଏବଂ ରେଳ ମଧ୍ୟରେ କୌଣସି ଯୋଗାଯୋଗ ନକରି ଟ୍ରାକ ଉପରେ ଚାଲିବ । ଚୀନ୍ ପ୍ରାୟ ଦୁଇ ଦଶନ୍ଧି ଧରି ଅତି ସୀମିତ ମାପରେ ଏହି ଟେକ୍ନୋଲୋଜି ବ୍ୟବହାର କରିଆସୁଛି । ସାଂଘାଇରେ ଏହାର ଏକ ବିମାନବନ୍ଦରରୁ ଟାଉନ୍ ପର୍ଯ୍ୟନ୍ତ ଏକ ସ୍ୱଳ୍ପ ମ୍ୟାଗ୍ଲେଭ୍ ଲାଇନ ଅଛି। ଚାଇନାରେ ଏପର୍ଯ୍ୟନ୍ତ କୌଣସି ଆନ୍ତ ସହରୀୟ କିମ୍ବା ଆନ୍ତ ପ୍ରାଦେଶିକ ସ୍ଥରରେ ମ୍ୟାଗ୍ଲେଭ୍ ଲାଇନ ଯାଇନାହିଁ । ଏହାସହ ସାଂଘାଇ ଏବଂ ଚେଙ୍ଗଡୁ ସମେତ କେତେକ ସହର ଗବେଷଣା କରିବା ଆରମ୍ଭ କରି ଦେଇଛନ୍ତି ଯାହା ଦ୍ବାରା ସେ ଏହି ଦୃତଗାମୀ ଟ୍ରେନକୁ କିପରି ଭଲଭାବରେ ଉପଯୋଗ କରିପାରିବେ ତାହା ପ୍ରତି ଅନୁସନ୍ଧାନ ଚଳାଇଛନ୍ତି । 600 କିଲୋମିଟର ବେଗରେ ବେଜିଂରୁ ସାଂଘାଇକୁ ଟ୍ରେନ୍ ଯୋଗେ ଯାତ୍ରା କରିବାକୁ ମାତ୍ର ୨.୫ ଘଣ୍ଟା ଲାଗିବ । ଯାହାକି ତୁଳନାତ୍ମକ ଭାବରେ,ଅନ୍ୟ ବିମାନରେ ୩ଘଣ୍ଟା ଏବଂ ହାଇ ସ୍ପିଡ୍ ରେଳ ଦ୍ୱାରା ୫.୫ଘଣ୍ଟା ସମୟ ଲାଗିବ। ଜାପାନରୁ ଜର୍ମାନୀ ପର୍ଯ୍ୟନ୍ତ ଦେଶଗୁଡିକ ମଧ୍ୟ ମ୍ୟାଗ୍ଲେଭ୍ ନେଟୱାର୍କ ନିର୍ମାଣ କରିବାକୁ ଚାହିଁଛନ୍ତି, ଯଦିଓ ଏଥିରେ ଅଧିକ ପୁଞ୍ଜି ନିବେଶ କରିବାକୁ ପଡିବ ସେଲାଗି ଏହା ସମସ୍ତ ଦେଶ ପକ୍ଷେ ସମମ୍ଭକର ହୋଇପାରୁ ନାହିଁ।