ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବିଜେବି ସ୍ବୟଂଶାସିତ କଲେଜରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମୋ କଲେଜ ପ୍ରକଳ୍ପ ଜରିଆରେ ଭର୍ଚୁଆଲ୍ ମୋଡ୍ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ମୋ କଲେଜ ଅଧ୍ୟକ୍ଷଙ୍କ ଆକାଶ ଦାସ ନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏବଂ ଏଷ୍ଟିମେଡ୍ କଲେଜର ପ୍ରିନ୍ସପାଲ୍, ଅନ୍ୟ କର୍ମଚାରୀ ଏବଂ ଆଲୁମିନି ସଦସ୍ୟ ଏହି ଭର୍ଚୁଆଲ୍ ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ କଲେଜର ସର୍ବାଙ୍ଗିନବିକାଶ, ଇନ୍ଫାଷ୍ଟକଚର ଡେଭଲ୍ପମେଣ୍ଟ ଏବଂ ଅନ୍ୟାନ ବିଷୟ ଉପରେ ଚର୍ଚ୍ଚା ହୋଇଥିଲା। ଆଗାମୀ ଦିନରେ ମୋ କଲେଜ ଅଭିଯାନ ମାଧ୍ୟମରେ ବିଶ୍ବ ବିଦ୍ୟାଳୟର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।