ସନଷ୍ଟାର ଟିଭି ବ୍ୟୁରୋ
ଚାନ୍ଦବାଲି:ଗତକାଲି ସନ୍ଧ୍ୟା ସମୟରେ ଚାନ୍ଦବାଲି ଥାନା ଅନ୍ତର୍ଗତ ଦିଗଛିଆ ମାର୍କେଟରେ ଥିବା ସାଇରାମ ଔଷଧ ଦୋକାନର ମାଲିକ ନୃସିଂହ ରାଉତ ଏବଂ ତାଙ୍କ ସମ୍ପର୍କୀୟ ପ୍ରିତମ ବଳଙ୍କୁ କିଛି ଦୁର୍ବୁତ୍ତ ଅତର୍କିତ ଭାବେ ଲୁହା ରଡ଼ ଏବଂ ଭୁଜାଲିରେ ଆକ୍ରମଣ କରିଥିଲେ l ନିକଟସ୍ଥ ଚଷାଖଣ୍ଡ ଗ୍ରାମର ଦିପ୍ତୀରଞ୍ଜନ ନାୟକ ଏବଂ ତାଙ୍କ ସହଯୋଗୀ ମେଡ଼ିସିନ ଦୋକାନରେ ପହଞ୍ଚି ଗାଳି ଗୁଲଜ କରିବା ସହ ହଠାତ୍ ଲୁହା ରଡ଼ ଏବଂ ଭୁଜାଲି ସାହାଯ୍ୟରେ ଆକ୍ରମଣ କରିଥିଲେ। ଏଥିରେ ନୃସିଂହ ରାଉତ ଏବଂ ପ୍ରିତମ ବଳ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣର କାରଣ ଏଯାଏଁ ସ୍ପଷ୍ଟ ହୋଇ ନଥିବାବେଳେ ଚାନ୍ଦବାଲି ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି। ଏ ନେଇ ଚାନ୍ଦବାଲି ଥାନାରେ ଏତଲା ରୁଜୁ ହୋଇଛି। ଏବଂ ପୋଲିସ ତାର ଅଧିକ ତଦନ୍ତ ଜାରିରଖିଛି।
(ରିପୋର୍ଟ -ପ୍ରଶାନ୍ତ କୁମାର ପାଣି, ଚାନ୍ଦବାଲି)