ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆସନ୍ତା ଅଗଷ୍ଟ ମାସ୨୭ ତାରିଖରେ ଓଡିଶା ସିଭିଲ୍ ସର୍ଭିସେସ୍ର ୨୦୨୦ର ପ୍ରାଥମିକ ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ବିଭିନ୍ନ ସ୍ଥାନ ଯଥା ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର,କଟକ ଏବଂ ସମ୍ବଲପୁର ଜିଲ୍ଳା ଗୁଡିକରେ ଏହି ପରୀକ୍ଷା କରାଯିବ। ଦୁଇଟି ସ୍ପିଟରେ ପରୀକ୍ଷା କରାଯିବ। ପେପର -୧ ପାଇଁ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରିତ କରାଯାଇଥିବା ବେଳେ ପେପର-୨ ପାଇଁ ୧.୩୦ ରୁ ୩.୩୦ ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରିତ କରାଯାଉଛି। ଏହାସହ ଓଡ଼ିଶା ସିଭିଲ୍ ସର୍ଭିସେସ୍- ୨୦୧୯ର ଅନ୍ତିମ ଫଳାଫଳ ସେପ୍ଟେମ୍ବର ୨୦୨୧ ସୁଦ୍ଧା ଘୋଷଣା କରାଯିବ ବୋଲି ସୂଚନା କରାଯାଇଛି।