ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପରେ ବିଜେପି ଓ ଜନତା ଦଳ ୟୁନାଇଟେଡ (JDU) ମଧ୍ୟରେ ସବୁକିଛି ଠିକ୍ ଚାଲୁନାହିଁ । ବିଗତ ଦିନରେ ଅରୁଣାଚଳ ପ୍ରଦେଶରେ ଜେଡିୟୁର ୬ ବିଧାୟକ ବିଜେପି (BJP) ରେ ସାମିଲ ହୋଇଥିଲେ । ଏହାପରେ ଦୁଅ ଦଳ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହେବାରେ ଲାଗିଛି । ଶନିବାର ଜେଡିୟୁର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Nitish Kumar) ଏକ ବଡ଼ ଖୁଲାସା କରିଛନ୍ତି । ୨ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀର ପ୍ରଥମ ଦିନ ବୈଠକକୁ ସମ୍ବୋଧିତ କରି ନୀତିଶ କୁମାର କହିଛନ୍ତି ଯେ ନିର୍ବାଚନ ସମୟରେ ସେ ଜାଣି ପାରି ନଥିଲେ ଯେ ତାଙ୍କ ବନ୍ଧୁ କିଏ ଏବଂ ଶତ୍ରୁ କିଏ ?
ରାଜନୈତିକ ଗଳିରେ କଳ୍ପନାଜଳ୍ପନା ରହିଛି ଯେ ନୀତିଶ କୁମାରଙ୍କ ଏହି ବୟାନ ସହଯୋଗୀ ବିଜେପି (BJP) କୁ ନେଇ ଦିଆଯାଇଛି । କାରଣ ବୈଠକରେ ନିର୍ବାଚନ ହାରିଥିବା ଅନେକ ଜେଡିୟୁ ପ୍ରାର୍ଥୀ କହିଛନ୍ତି ଯେ ସେମାନଙ୍କର ପରାଜୟ ଲୋକ ଜନଶକ୍ତି ପାର୍ଟି (LJP) ଯୋଗୁଁ ହୋଇନାହିଁ, ବରଂ ବିଜେପି କାରଣରୁ ହୋଇଛି ।