ସନ୍ଷ୍ଟାର ଟିଭି ବ୍ୟୁରୋ
ମେଲବର୍ଣ୍ଣ: ଆରମ୍ଭ ହୋଇଯାଇଛି ଇଣ୍ଡିଆ- ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ ମ୍ୟାଚ । ପୂର୍ବ ମ୍ୟାଚରେ ପରାଜୟ ବରଣ କରିଥିବା ଭାରତୀୟ ଟିମ ଆଜି ଜିତିବା ଲକ୍ଷ୍ୟ ନେଇ ପଡିଆରେ ପାଦ ରଖିଛି । ଭାରତ ଏବଂ ଅଷ୍ଟ୍ରେଲିଆା ମଧ୍ୟରେ ଏହା ୧୦୦ତମ ଟେଷ୍ଟ୍ ମ୍ୟାଚ୍ । ତେବେ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ମ୍ୟାର ଆରମ୍ଭରେ ଭାରତୀୟ ଦଳ ଖୁବ ଭଲ ପ୍ରଦର୍ଶନ କରିଥିବା ନଜର ଆସିଛି ।
ଭାରତୀୟ ସମୟ ୧୧.୧୫ ଶୁଦ୍ଧା ଅଷ୍ଟ୍ରେଲିଆ ଦଳ ୮ ଓ୍ଵିକେଟ ହରାଇ ୧୭୫ ରନ ସଗ୍ରଂହ କରିଥିଲା ।
ତେବେ ରେଗୁଲାର କ୍ୟାପଟେନ୍ ବିରାଟ କୋହଲୀଙ୍କ ସ୍ଥାନରେ ଆଜିର ମ୍ୟାଚ୍ରେ ଟିମ୍ର ନେତୃତ୍ୱ ନେଉଛନ୍ତି ଅଜଙ୍କ୍ୟ ରାହାଣେ । ଋଦ୍ଧମାନ ସାହ ଓ କୋହଲୀଙ୍କ ସ୍ଥାନରେ ପନ୍ତ ଓ ଜାଦେଜାଙ୍କ ଦଳରେ ସ୍ଥାନ ପାଇଛନ୍ତି । ପୃଥିୀ ସା’ ମଧ୍ୟ ଦଳରୁ ବାଦ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଶୁବମନ ଗିଲ୍ ଦଳରେ ସାମିଲ ହୋଇଛନ୍ତି । ସେହିଭଳି ଯୁବ ବୋଲର ମହମ୍ମଦ ସିରାଜ୍ଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି ।
ଭାରତୀୟ ଦଳ: ମୟଙ୍କ ଅଗ୍ରୱାଲ, ଶୁବମନ୍ ଗିଲ୍, ଚେତେଶ୍ବର ପୂଜାରା, ହନୁମା ବିହାରୀ, ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଋଷଭ ପନ୍ତ୍ (ୱିକେଟ୍ରକ୍ଷକ), ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ୍ ଅଶ୍ବିନ୍, ଉମେଶ ଯାଦବ, ଯଶ୍ପ୍ରୀତ୍ ବୁମ୍ରା ଓ ମହମ୍ମଦ ସିରାଜ୍ ।