ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ବିଜେଡିର ମୁଖ୍ୟ କାର୍ଯ୍ୟାଳୟରେ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ଯୋଗ ଦେଇଛନ୍ତି ନବୀନ ପଟ୍ଟନାୟକ । ତେବେ ଏହି ଦିବସ ଅବସରରେ ଦଳର ସାଙ୍ଗଠନିକ ସଭାପତି ପ୍ରଣବ ପ୍ରକାଶ ଦାସ ବିଜେଡି ସଭ୍ୟମାନଙ୍କୁ ଉଦ୍ବୋଧନ ଦେଇଛନ୍ତି ଓ ଦଳର ସୁନାମ ଅର୍ଜନ କରିବାର କାରଣ କହିଛନ୍ତି । ଏହା ସହ ସମାଜର ବ୍ୟାଧି ଦୁର୍ନୀତିକୁ ହଟାଇବା ପାଇଁ ନବୀନ ପଟ୍ଟନାୟକ ନିଜ ଜୀବନଶୈଳୀ ଅତି ସାଧାରଣରେ ପରିଣତ କରିଛନ୍ତି ବୋଲି ସେ କହିଛନ୍ତି । ଏହି ସଭାରେ ବିଜୁ ପଟ୍ଟନାୟକଙ୍କୁ ମନେ ପକାଇଛନ୍ତି ପ୍ରଣବ ପ୍ରକାଶ ଦାସ।
୧୯୯୯ରେ ବିଭୀଷିକା ସମୟରେ ଆଶାର ଆଲୋକ ସୃଷ୍ଟି କରିଥିଲେ ନବୀନ ପଟ୍ଟନାୟକ । ୨ ଟଙ୍କିଆ ଚାଉଳ, ମଧୁବାବୁ ପେନସନ ଯୋଜନା ଲୋକମାନଙ୍କ ସାମାଜିକ ନିରାପତ୍ତା ଦୃଷ୍ଟିରୁ ଆରମ୍ଭ କରିଥିଲେ । ଆନନ୍ଦ ଭବନକୁ ମଧ୍ୟ ଦାନ କରିଛନ୍ତି ନବୀନ ପଟ୍ଟନାୟକ । ସେ ଲୋକଙ୍କ ପାଇଁ ବିଜୁ ବାବୁଙ୍କ ସମାଧି ସ୍ଥଳକୁ ମଧ୍ୟ ଘୁଞ୍ଚାଇଛନ୍ତି । ତାଙ୍କ ନିଜର ବୋଲି କିଛି ରଖିନାହାନ୍ତି ନବୀନ ଏବଂ ସବୁ ସାଧାରଣ ଜନତାଙ୍କ ପାଇଁ ଉର୍ତ୍ସଗ କରିଛନ୍ତି ।
ସମୃଦ୍ଧ ଓଡିଶା ତିଆରି କରିବା ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ପ୍ରଣବ ପ୍ରକାଶ । ଭାରତ ବର୍ଷରେ ଏପରି କୌଣସି ଦଳ ନାହିଁ ଯାହା ଏତେ ଶୃଙ୍ଖଳିତ ଭାବେ ଚାଲିଛି । ସେ ବିଜେଡି ସଦସ୍ୟ ମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି ଯେ, ଆମ ସମସ୍ତେ ନବୀନ ପଟ୍ଟନାୟକଙ୍କ ନୀତି, ଆର୍ଦଶରେ ଅନୁପ୍ରାଣିତ ହେବା ।