Sunstar TV
ଭୁବନେଶ୍ୱର : ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି ରହିବା ଦ୍ୱାରା ହୋଇଥାଏ ଅନେକ ରୋଗର କାରଣ । କ’ଣ ଆପଣ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସି ରୁହନ୍ତି କି ? ଯଦି ବସି ରହୁଛନ୍ତି ତେବେ ହୋଇ ଯାଆନ୍ତୁ ସତର୍କ l ଏହା ଆପଣଙ୍କୁ ଟାଣି ନେଇଥାଏ ଅନେକ ଗୁଡିଏ ରୋଗ ଆଡକୁ l ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଯଦି ଆପଣଙ୍କର ଏହି ଅଭ୍ୟାସ ରହିଛି ତେବେ ଏହା ହୋଇଥାଏ ଅନେକ ରୋଗର କାରଣ l
* ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସି ରହିବା ଦ୍ୱାରା କ୍ୟାଲୋରୀ କମ ହ୍ରାସ ପାଇବା ସହ ଓଜନ ବୃଦ୍ଧି ଦ୍ରୁତ ଗତିରେ ହୁଏ l ସେଥିପାଇଁ ଅଳ୍ପ ସମୟ ବ୍ୟବଧାନରେ ଶରୀର କୁ ଷ୍ଟ୍ରେଚ କରିବା ଆବଶ୍ୟକ l
* ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସି ରହିବା ଦ୍ୱାରା ହାର୍ଟ ଷ୍ଟ୍ରୋକ ରିସ୍କ ଅଧିକ ରହିଥାଏ l ଏହା ରକ୍ତ ସଂଚାଳନ ରେ ବାଧା ଆସିବା ଓ ମେଟାବୋଲିଯିମର କମି କାରଣରୁ ହୋଇଥାଏ l ତେଣୁ ନିଜ ରୁଟିନ ରେ କାର୍ଡିଓଭାସ୍କୁଲାର ଏକ୍ସରସାଇଜ ସାମିଲ କରନ୍ତୁ l
* ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସି ରହିବା ଦ୍ୱାରା ମେରୁଦଣ୍ଡ କ୍ଷତିଗ୍ରସ୍ତ ହୋଇଥାଏ ଓ ଅଣ୍ଟା ସମସ୍ୟା ଦେଖା ଦେଇଥାଏ l ଏବଂ ମାଂସପେଶୀ ମଧ୍ୟ ଭାରାକ୍ରାନ୍ତ ହୋଇ ପଡିଥାଏ l ତେଣୁ ଅଧିକ ସମୟ ଗୋଟିଏ ସ୍ଥାନରେ ବସିବା ଜରୁରୀ ନୁହେଁ l
* ଯଦି ଆପଣ ଦୀର୍ଘ ସମୟ ପର୍ଯ୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସୁଛନ୍ତି ତେବେ ଟାଇପ 2 ମଧୁମେହ ରେ ଗ୍ରାସିତ ହୋଇପାରନ୍ତି l ଏହାଦ୍ୱାରା ଆପଣଙ୍କ ଇନ୍ସୁଲିନ ପ୍ରଭାବିତ ହୋଇପାରେ ଏବଂ ମଧୁମେହ ସମସ୍ୟା ଦେଖା ଯାଇଥାଏ l
* ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସି ରହିବା ଦ୍ୱାରା ଡିପ୍ରେସନ ଓ ଷ୍ଟ୍ରେସ ସମସ୍ୟା ଦେଖା ଯାଇଥାଏ, ଏବଂ ଅନେକ ପ୍ରକାର ମାନସିକ ସମସ୍ୟା ର ମଧ୍ୟ ଏହା କାରଣ ଅଟେ, ତେଣୁ ମଝିରେ ମଝିରେ ଟହଲିବା ଆବଶ୍ୟକ ଅଟେ l