ଆଉମାତ୍ର ଗୋଟିଏ ଦିନର ଅପେକ୍ଷା । ଏହାପରେ ଆରମ୍ଭ ହେବ ମତଦାନ ପ୍ରକ୍ରୀୟା । ନିଜ ପ୍ରିୟ ପ୍ରାର୍ଥୀଙ୍କୁ ବାଛିବେ ସାଧାରଣ ଜନତା । ଦେବେ ଭୋଟ ଆଉ ଜିତାଇ ଆଣିବେ ୫ ବର୍ଷ ପାଇଁ । ଯାହାକୁ ନେଇ ଏବେ ସରଗରମ ପଲ୍ଲିରୁ ଦିଲ୍ଲୀ । ତବେ ଆସନ୍ତାକାଲି ଅର୍ଥାତ ଏପ୍ରିଲ ୧୯ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ମଦଦାନ । ୧୦୨ଟି ଲୋକସଭା ଆସନରେ ହେବ ନେତାଙ୍କ ଭାଗ୍ୟ ପରିକ୍ଷା । କିଏ ମାରିବ ବାଜି ଆଉ କିଏ କରିବ ଶାସନ ତାକୁ ନେଇ ଧଡପଡ ହେବ ଛାତି । ତେବେ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଭୋଟଗ୍ରହଣ ହେବ । ଯଉଁଥିରେ ପ୍ରାୟ ୧ ହଜାର ୬୨୫ଜଣ ପ୍ରାର୍ଥୀଙ୍କ ଭଗ୍ୟ ନିର୍ଣ୍ଣୟ କରିବେ ଭୋଟର ।
ତେବେ ୧୦୨ ଲୋକସଭା ଆସନରେ ହେବାକୁ ଥିବା ମତଦାନରେ ତାମିଲନାଡୁର ସର୍ବାଧିକ ୩୯ଟି ଆସନ ରହିଛି । ସେହିପରି ଉତ୍ତରାଖଣ୍ଡ ଓ ମହାରଷ୍ଟ୍ରର ୫ଟି ଲେଖାଏଁ ଆସନରେ ନିଜର ଭୋଟ ଦେବେ ସାଧାରଣ ଜନତା । ଏହା ବ୍ୟତୀତ ରାଜସ୍ଥାନର ୧୨ଟି ଆସନ, ୟୁପିର ୮, ମଧ୍ୟପ୍ରଦେଶର ୬,ପଶ୍ଚିମବଙ୍ଗର ୩, ଏବଂ ଅରୁଣାଚଳପ୍ରଦେଶର ୨ଟି ଲେଖାଏଁ ଆସନରେ ପଡିବ ଭୋଟ । ଅପରପକ୍ଷେ ବିହାର ଓ ଆସାମର ୪ଟି ଆସନ ଏବଂ ଛତିଶଗଡ଼, ତ୍ରିପୁରା, ଜମ୍ମୁ-କାଶ୍ମୀର, ଆଣ୍ଡାମାନ ନିକୋବର, ଲାକ୍ଷାଦୀପ ଓ ପୁଡୁଚେରୀର ଗୋଟିଏ ଲେଖାଏଁ ଆସନରେ ହେବ ମତଦାନ ତେବେ ଏହିସବୁ ସ୍ଥାନରେ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ ଯାଏଁ ଚାଲିବ ।
ପ୍ରଥମ ପର୍ଯ୍ୟାୟରେ ୮ କେନ୍ଦ୍ରମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ରାଜ୍ୟପାଳଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ । ତେବେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ, ଜିତେନ୍ଦ୍ର ସିଂହ, ଚିରାଗ ପାଶୱାନ, ନକୁଲ ନାଥ, କେ ଆନ୍ନାମଲାଇ, ପୂର୍ବତନ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ, କାନିମୋଝି ଏବଂ ଜିତିନ ପ୍ରସାଦ ପ୍ରମୁଖ ।