ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ନଭେମ୍ବର ୨୧ରେ ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରସନ୍-AIFF- ଫିଫା ଏକାଡେମୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଟବଲର ବିକାଶ ପାଇଁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଭୁବନେଶ୍ବରରେ ଏହି ଏକାଡେମି ପାଇଁ ଓଡ଼ିଶା ଉତ୍ସାହିତ। ଓଡ଼ିଶା AIFF ସହବନ୍ଧିତ ହୋଇ ସର୍ବୋତ୍କୃଷ୍ଟ ବ୍ୟବସ୍ଥା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଫିଫା ପ୍ରତିଭା ବିକାଶ ଯୋଜନାରେ ଏହା କାମ କରିବ। ଏହାକୁ ଉଦଘାଟନ କରିବେ ଫିଫାର ଗ୍ଲୋବାଲ ଫୁଟବଲ୍ ଡେଭଲପମେଣ୍ଟ ମୁଖ୍ୟ ଆର୍ସେନି ଓ୍ବେଙ୍ଗର। ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରସନ୍-AIFF- ଫିଫା ଏକାଡେମୀ ପ୍ରତିଷ୍ଠା ଦ୍ବାରା ଭାରତରେ ଫୁଟବଲ ପ୍ରତି ଆଗ୍ରହ ରଖୁଥିବା ଖେଳାଳି ମାନଙ୍କୁ ସୁଯୋଗ ମିଳିବ। ଭାରତରେ ଫୁଟବଲର ବିକାଶ ପାଇଁ ଏହା ଏକ ବଡ଼ ବୁଷ୍ଟ ହେବ। ଏଥିପାଇଁ ଭୁବନେଶ୍ବରକୁ ଭେନ୍ୟୁ ଭାବେ ବାଛି ଥିବାରୁ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରସନକୁ ଧନ୍ୟବାଦ ଜଣାଇଛନ୍ତି ଭିନିଲ କ୍ରୀଷ୍ଣା।