ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ମାଆ ହେଲେ ବଲିଉଡ୍ ଅଭିନେତ୍ରୀ ବିପାଶା ବସୁ | ୪୩ ବର୍ଷ ବୟସରେ ବିପାଶା ତାଙ୍କର ଏକ କୁନି ପରୀକୁ ଜନ୍ମ ଦେଇଛନ୍ତି |ବିପାଶା ଓ କରଣ ବାପାମାଆ ଵନିବା କଥା ସାମ୍ନାକୁ ଆସିବା ପରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।
ସେପଟେ ବିପାଶା ଓ କରଣଙ୍କ ପରିବାର ରେ ଖୁସିର ମାହୋଲ ଖେଳିଯାଇଛି | ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭରଙ୍କ ବିବାହକୁ ୬ ବର୍ଷ ପୂରିବା ପରେ ସେମାନେ ବାପାମାଆ ବନିଛନ୍ତି। ଏହି ଦମ୍ପତି ୨୦୧୬ମସିହାରେ ବିବାହ କରିଥିଲେ। ସେବେଠାରୁ ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର କେବେ ପିତାମାତା ହେବେ, ସେହି ଦିନକୁ ତାଙ୍କ ପ୍ରଶଂସକମାନେ ଅପେକ୍ଷା କରିଥିଲେ। ବର୍ତ୍ତମାନ ବିବାହର ୬ବର୍ଷ ପରେ, ଏହି ଦମ୍ପତି ପ୍ରଥମ ଥର ପାଇଁ ପିତାମାତା ବନିଛନ୍ତି।
ବାପାମାଆ ହେବା ପରେ ବିପାଶା ଓ କରଣ ବେଶ ଖୁସିଅଛନ୍ତି | ଏକ କନ୍ୟା ସନ୍ତାନ କୁ ଜନ୍ମ ଦେଇଥିବାରୁ ଘରକୁ ଲକ୍ଷ୍ମୀ ଆସିଛନ୍ତି ବୋଲି ପରିବାର ଲୋକେ ବି ବେଶ ଖୁସି ଅଛନ୍ତି |
ରିପୋର୍ଟ: ଦୀପା ପ୍ରଧାନ