ସନଷ୍ଟାର ଟିଭି ବ୍ୟୁରୋ
ଧାମନଗର : କମ୍ପୁଛି ଧାମନଗର। ଆଜିଠୁ ଆରମ୍ଭ ହୋଇଛି ଅଫିସିଆଲ ପ୍ରଚାର । ପ୍ରଚାର ପାଇଁ ଧୁମ ଧାମ ରେ ଲାଗିପଡିପଡିଛନ୍ତି ତିନି ଦଳ | ଘର ଘର ବୁଲି ନିଜ ନିଜ ପ୍ରାର୍ଥୀଙ୍କୁ ଧରି ଲୋକଙ୍କ ନିକଟରେ ପହଞ୍ଚି ଭୋଟ ଭିକ୍ଷା କରିବେ ଦଳୀୟ କର୍ମୀ । ନିର୍ବାଚନ ବିଜୟ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ତିନି ଦଳ। ବିଜେଡି ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ଆଧାରରେ ଭୋଟ୍ ମାଗୁଥିବା ବେଳେ ବିଜେପି ନିଜର ଗଡ଼ ବଞ୍ଚାଇବା ପାଇଁ କେନ୍ଦ୍ରୀୟ ନେତାଙ୍କ ଉପରେ ଭରଷା କରିଛି । କଂଗ୍ରେସ ଭଲ ସ୍ଥିତିକୁ ଫେରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛି । ୩ ଦଳ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଥିବା ବେଳେ ସେମାନେ ଖୁବଶୀଘ୍ର ମଇଦାନକୁ ଓହ୍ଲାଇବେ ।
ଧାମନଗର ଉପନିର୍ବାଚନ ମତଦାନ ପାଇଁ ୨୫୨ ପୋଲିଂ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ୮୦ବର୍ଷରୁ ଅଧିକ ବୟସ୍କ କିମ୍ବା ଦିବ୍ୟାଙ୍ଗଙ୍କ ପାଇଁ ପୋଷ୍ଟାଲ ବାଲାଟ ବ୍ୟବସ୍ଥା କରାଯାଇଛି। ଏହା ସହ ଦୃଷ୍ଟିହୀନଙ୍କ ପାଇଁ ବ୍ରେଲି ବାଲାଟ ବ୍ୟବସ୍ଥା ହୋଇଛି । ସେମାନଙ୍କ ଭୋଟ୍ ସଂଗ୍ରହ ପାଇଁ ୨୦ଟି ପୋଲିଂ ପାର୍ଟି ମଧ୍ୟ ଗଠନ କରାଯାଇଛି ।
ରିପୋର୍ଟ ; ଦୀପା ପ୍ରଧାନ