ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜି ଠାରୁ କଡାକଡି ଭାବେ ଯାନବାହାନ ଚେକିଂ ହେବ। ଆଜି ଠାରୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ଓ ଅପରାହ୍ନରେ କଡାକଡି ହେବ ଯାଞ୍ଚ। ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି ।
ଦ୍ରୁତ ଗତିରେ ଗାଡି ଚଲାଇବା, ହେଲମେଟ ନପିନ୍ଧିବା, ଗାଡି ଚଲାଇବା ସମୟରେ ମୋବାଇଲ ଫୋନ୍ ବ୍ୟବହାର କରିବା ଓ ଟ୍ରାଫିକ ନିୟମ ଉଲ୍ଲଂଘନ ଆଦି ଉପରେ ନଜର ରଖିବେ ଉଭୟ ପୋଲିସ ଓ ପରିବହନ ବିଭାଗ । ସକାଳ ୯ଟା ଠାରୁ ୨ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଯାଞ୍ଚ କରାଯିବ । ନିୟମ ଉଲ୍ଲଂଘନ କଲେ ୩ ମାସ ପର୍ଯ୍ୟନ୍ତ ବାତିଲ ହେବ ଡ୍ରାଇଭଂ ଲାଇସେନ୍ସ । ଏହାସହ ଜରିମାନା ମଧ୍ୟ ଆଦାୟ କରାଯିବ ।
ତେବେ ଅତ୍ୟଧିକ ମାତ୍ରାରେ ସଡକ ଦୁର୍ଘଟଣା ଘଟୁଥିବାରୁ ସୁପ୍ରିମକୋର୍ଟ ଗଭୀର ଭାବେ ଚିନ୍ତା କରିବା ସହ ଯାଞ୍ଚକୁ କଡାକଡି କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ରିପୋର୍ଟ ; ଦୀପା ପ୍ରଧାନ