ସନଷ୍ଟାର ଟିଭି ବ୍ୟୁରୋ
ଧାମନଗର : ଧାମନଗର ଉପନିର୍ବାଚନ ପାଇଁ ନାମଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ | ଧାମନଗର ମୈଦାନରେ କମ୍ପୁଛି ବିଜେଡି ରାଲି । ଧାମନଗରରେ ବଡ଼ ବିଜୟ ପାଇଁ ସମରସଜ୍ଜା ଆରମ୍ଭ କରିଛି ବିଜେଡି । ଆଜି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସନାମାଙ୍କନ ଦାଖଲ କଲେ । ବିରାଟ ଶୋଭାଯାତ୍ରା ସହ ଭଦ୍ରକ ବ୍ଲକ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଅବନ୍ତୀ । ବଡ ବ୍ୟବଧାନ ରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ବିଜେଡି |ଏହି ଶୋଭାଯାତ୍ରା ରେ ହେଭିୱେଟ ନେତା ଓ କର୍ମୀ ସାମିଲ ଅଛନ୍ତି |
ପ୍ରାର୍ଥୀ ଅବନ୍ତୀ ଦାସ ନାମାଙ୍କନ ଭରିବା ସମୟରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡ , ବିଧାୟିକା ପ୍ରାର୍ଥୀ ଅବନ୍ତୀ ଦାସ , ରାଜ୍ୟସଭା ସାଂସଦ ସୁଲତା ଦେଓ , ବିଜୁ ଜନତା ମହିଳା ଦଳ ର ଅନେକ ମହିଳା କର୍ମୀ ଉପସ୍ଥିତ ଥିଲେ | ଏହା ସହ ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ବଳବନ୍ତ ଦାସ , କୋରେଇ ବିଧାୟକ ଅଶୋକ ଭୋଳ , ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘୋଡାଇ , ବଡ଼ଚଣା ବିଧାୟକ ଆମର ପ୍ରକାଶ ଶତପଥୀ, ପ୍ରଣବ ବଳବନ୍ତ ରାୟ , ଭଦ୍ରକ ର ବ୍ୟାମୋକେଶ ରାୟ , ସଂଜିତ ମଲ୍ଲିକ , ପ୍ରଫୁଲ ସାମଲ , ଆଦି ବିଜେଡି ର ସମସ୍ତ ନେତା ଉପସ୍ଥିତ ରେ ନାମାଙ୍କନ ଭରିଲେ ଅବନ୍ତୀ ଦାସ |
ରିପୋର୍ଟ : ଦୀପା ପ୍ରଧାନ