ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଅଣ୍ଡା ମଣିଷ ଜୀବନରେ କେତେ ଦରକାରୀ, ତାକୁ ବୁଝାଇବା ପାଇଁ ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡା ଦିବସ ରୂପେ ପାଳନ କରାଯାଏ । ୧୯୯୬ ମସିହାରେ ରେ ଆନ୍ତର୍ଜାତୀୟ ଅଣ୍ଡା ଆୟୋଗର ଭିଏନା ସମ୍ମିଳନୀରେ ଏହି ଦିନକୁ ପ୍ରଥମ ଥର ପାଇଁ ପାଳନ କରାଯାଇଥିଲା । ସେହି ଦିନ ଠାରୁ ବିଶ୍ୱବାସୀ ଏହି ଦିନକୁ ଅଣ୍ଡା ଦିବସ ଭାବେ ପାଳନ କରି ଆସୁଛନ୍ତି ।ଅଣ୍ଡାକୁ ଉଚ୍ଚସ୍ତରୀୟ ପ୍ରୋଟିନ୍ ସହିତ ଉତ୍ତମ ଗୁଣ ସମ୍ପନ୍ନଯୁକ୍ତ ହୋଇଥିବାରୁ ଖାଦ୍ୟ ସାରଣୀରେ ସାମିଲ କରିବା ପାଇଁ ଆଜିର ଦିନରେ ଲୋକଙ୍କୁ ପ୍ରୋତ୍ସାହିତ କରାଯାଇଥାଏ । ଅଣ୍ଡାର ବିଶେଷ ଗୁଣ ଏବଂ ମଣିଷ ପାଇଁ ଏହା କେତେ ଉପକାରୀ, ଏହାର ଉପାଦେୟତାକୁ ପ୍ରଚାର ମାଧ୍ୟମରେ ବୁଝାଇବା ପାଇଁ ଏହି ଦିନ ଚେଷ୍ଟା କରାଯାଇଥାଏ । ଅକ୍ଟୋବର ଦ୍ବିତୀୟ ଶୁକ୍ରବାର ବିଶ୍ବ ଅଣ୍ଡା ଦିବସ ଭାବରେ ପାଳନ କରାଯାଏ । ଏହାର ଉତ୍ପାଦକାରୀଙ୍କୁ ପ୍ରୋତ୍ସାହିତ କରିବା ଏବଂ ସନ୍ତୁଳିତ ଖାଦ୍ୟର ଏକ ଅଂଶ ଭାବରେ ଅଣ୍ଡା ବ୍ୟବହାରକୁ ପ୍ରୋତ୍ସାହନ ଏବଂ ଲୋକପ୍ରିୟ କରିବା ପାଇଁ ଆଇଇସି ଗଠନ କରାଯାଇଥିଲା।
ରିପୋର୍ଟ : ଦୀପା ପ୍ରଧାନ