ସନଷ୍ଟାର ଟିଭି ବ୍ୟୁରୋ
ଉଦଳା: ଆଜି ବିଜେପି ପକ୍ଷରୁ ୧୨ ଘଂଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି । ଉଦଳା ଠାରେ ମଧ୍ୟ ଏହି ବନ୍ଦର ପ୍ରତିଫଳନ ଦେଖିବାକୁ ମିଳିଛି । ଆଜି ସକାଳ ସମୟରୁ ବିଜେପି କର୍ମୀମାନେ ବାଇକ ରାଲି କରିଛନ୍ତି । ଏହି ବନ୍ଦ ପ୍ରଭାବରେ ଦୋକାନ ବଜାର ବନ୍ଦ ଥିବା ବେଳେ ଗାଡି ଚଳାଚଳ ଠପ୍ ହୋଇଯାଇଛି । ୧୬ ଗୋଟି ଦାବିକୁ ନେଇ ବିଜେପି ପକ୍ଷରୁ ଆଜି ଏହି ବନ୍ଦ ଡାକରା ଦିଆଯାଇଛି । ଉତ୍ତର ଓଡିଶାର ଆର୍ୟୁରବେଦ ଏବଂ ହୋମିଓ ପ୍ୟାଥିକ ମହାବିଦ୍ୟାଳୟ ଚାଲୁ କରିବା, ବୁଢାବଳଙ୍ଗ ନଦୀରେ ଆଡି ବନ୍ଧ ନିର୍ମାଣ କରିବା, କୁଡୁମୀ ଜାତିକୁ ଆଦିବାସୀ ତାଲିକା ଭୁକ୍ତ କରିବା, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ବାରିପଦା ଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା, ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ଲହୁଲୁହାଣ ହେବା ଘଟଣା ପ୍ରମୁଖ ଦାବି ସମୂହକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ବିଜେପି କର୍ମୀମାନେ ଉଦଳା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ତହସିଲ, କଚେରୀ, ସବରେଜିଷ୍ଟାର ଅଫିସ୍, ବସ, ଯାନବାହନ ଚଳାଚଳ ବନ୍ଦ କରିଥିଲେ । କେବଳ ଉଦଳା ନୁହେଁ କପ୍ତିପଦାରେ ମଧ୍ୟ ବନ୍ଦର ପ୍ରଭାବ ପଡିଛି । ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ୍ ମୁତୟନ କରାଯାଇଛି । (ରିର୍ପୋଟ:ଆଲୋକ କୁମାର ବେହେରା)