ସନଷ୍ଟାର ଟିଭି ବ୍ୟୁରୋ
ଶ୍ରୀନଗର: ପ୍ରକୃତି ସାଝୁଛି ଦାଉ। ପ୍ରକୃତିର ତାଣ୍ବବ ଲିଳାରେ ଚାଲି ଯାଉଛି ନିରିହ ଲୋକ ମାନଙ୍କର ଜୀବନ। ମୁମ୍ବାଇ ର ବର୍ଷା ପରେ ଏବେ ଜମ୍ମୁ-କଶ୍ମୀରର ବର୍ଷା ଲୋକ ମାନଙ୍କୀ ହାଲ ବେହାଲ କଲାଣି । ବୁଧବାର ବାଦଲଫଟା ବର୍ଷା ଯୋଗୁ ପ୍ରାୟ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଜଣ ନିଖୋଜ ଅଛନ୍ତି। ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ, ବାଦଲ ଫଟା ବର୍ଷା ଯୋଗୁ କିସ୍ତଓ୍ବାଡ ଜିଲାର ହୋଁଜାର ଦଚାନରେ ବାଦଲ ଫଟା ବର୍ଷା ଯୋଗୁ ୪୦ରୁ ଅଧିକ ନିଖୋଜ ଅଛନ୍ତି । ଗତ କିଛିଦିନ ହେବ ଜମ୍ମୁ-କଶ୍ମୀର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି। ବର୍ଷା ଯୋଗୁ ଭୂସ୍କଳନର ସମ୍ଭାବନା ମଧ୍ୟ କରାଯାଉଛି। ଜୁଲାଇ ଶେଷ ପର୍ଯ୍ୟନ୍ତ ବର୍ଷା ଚେତାବନୀ ଦେଇଛି ପାଣିପାଗ ବିଭାଗ। ଏଥିପାଇଁ ଲୋକଙ୍କୁ ସତର୍କ ମଧ୍ୟ କରାଯାଇଛି।