ସନଷ୍ଟାର ଟିଭି ବ୍ୟୁରୋ
ଭୁବେନେଶ୍ବର: କରୋନା କାଳରେ ଜନଜାତି ପରିବାର ସହ ଛିଡା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ଆପଦଗ୍ରସ୍ତ ଜନଜାତି ପରିବାର ଓ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏହା ଅଧୀନରେ ପ୍ରତି ପରିବାରକୁ 5,000 ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ସହାୟତାରେ ରାଜ୍ୟର ପ୍ରାୟ 64, 214 ଆପଦଗ୍ରସ୍ତ ଆଦିମ ଜନଜାତି ପରିବାର ଉପକୃତ ହୋଇଛନ୍ତି । ଏଥିସହିତ ଛାତ୍ରୀମାନଙ୍କୁ 2,400 ଓ ଛାତ୍ରମାନଙ୍କୁ 2,250 ଆଗୁଆ 3 ମାସର ଛାତ୍ରବୃତ୍ତି ସିଧାସଳଖ ବ୍ୟାଙ୍କ ଖାତାକୁ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ । ଯାହା ଫଳରେ 5 ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି । ଏଥିସହିତ ରାଜ୍ୟର ପ୍ରାୟ 60,000 ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କୁ 3 ମାସ ପାଇଁ ଆଗୁଆ ଏକକାଳୀନ ପ୍ରାକ୍ ମାଟ୍ରିକ ଛାତ୍ରବୃତ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜ୍ୟର ଆପଦଗ୍ରସ୍ତ ଜନଜାତି ପରିବାର ଓ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି। ଏହା ଅଧୀନରେ ପ୍ରତି ପରିବାରକୁ ₹୫,୦୦୦ ସହାୟତା ସମେତ ଛାତ୍ରୀମାନଙ୍କୁ ₹୨,୪୦୦ ଓ ଛାତ୍ରମାନଙ୍କୁ ₹୨,୨୫୦ ଆଗୁଆ ୩ମାସର ଛାତ୍ରବୃତ୍ତି ବ୍ୟାଙ୍କ ଖାତାକୁ ପଠାଯାଇଛି। #Odisha pic.twitter.com/QoFceyLIHq
— CMO Odisha (@CMO_Odisha) July 8, 2021
ତେବେ କରୋନା କବଳରୁ ସୁରକ୍ଷିତ ରହିବା ପାଇଁ ରାଜ୍ୟବାସୀଙ୍କୁ ସଚେତନତା ବାର୍ତ୍ତା ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, “କୋଭିଡ ବିଷୟରେ ଆମକୁ ବିଶେଷ କିଛି ଜଣା ନାହିଁ । ତେଣୁ ସାବଧାନ ରହିବାକୁ ହେବ । କୋଭିଡରୁ ସୁରକ୍ଷିତ ରହିବା ପାଇଁ ମାସ୍କ ପରିଧାନ, ନିୟମିତ ହାତ ଧୋଇବା ଓ ସାମାଜିକ ଦୂରତା ବଜାୟ ରଖିବା ସହ ଟିକାର ଦୁଇଟି ଡୋଜ୍ ନିଶ୍ଚୟ ନିଅନ୍ତୁ ।”