ସନଷ୍ଟାର ଟିଭି ବ୍ୟୁରୋ
ଭୁବେନେଶ୍ବର: ରାଜ୍ୟରେ ପୁଣି ଟିକାର ଅଭାବ ଦେଖାଯାଇଛି ।ଯେଉଁଥିପାଇଁ ଆଜି ପୁଣି 4ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିଛି । ବଲାଙ୍ଗୀର, ଢେଙ୍କାନାଳ, ବାଲେଶ୍ବର ଓ ସୋନପୁର ଜିଳ୍ଲାରେ ଟୀକାକରଣ ବନ୍ଦ ରହିଛି । କୋଭିସିଲ୍ଡ ଟିକା ଅଭାବରୁ ଏହି ସମସ୍ୟା ସୃଷ୍ଟି ହୋଇଛି । ବାକି 703 କେନ୍ଦ୍ରରେ ଟୀକାକରଣ କେନ୍ଦ୍ରରେ ଟୀକାକରଣ ଜାରି ରହିଛି ।
ରାଜ୍ୟରେ ପଯ୍ୟାପ୍ତ ପରିମାଣର କୋଭିସିଲ୍ଡ ଟିକା ନଥିବାରୁ ଟୀକାକରଣ କାର୍ଯ୍ୟକ୍ରମକୁ ବନ୍ଦ କରାଯିବାକୁ ପଡୁଛି । ଏବେ ସୁଦ୍ଧା 1ଲକ୍ଷ 90 ହଜାର 380 ଡୋଜ କୋଭିସିଲ୍ଡ ଟିକା ରହିଥିବାବେଳେ 2 ଲକ୍ଷ 98 ହଜାର 810 କୋଭାକ୍ସିନ ଟିକା ମହଜୁଦ ରହିଛି । ବୁଧବାର ରାଜ୍ୟରେ 1015 ଟିକାକରଣ ଅଧିବେଶନରେ 2ଲକ୍ଷ 6 ହଜାର ଜଣଙ୍କୁ ଟିକା ଦିଆଯାଇଛି ।