ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କରୋନା ସଂକ୍ରମଣ ପାଇଁ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଛି,ଯେଉଁଥିପାଇଁ ଅନଲାଇନରେ କ୍ଲାସ କରାଯାଉଛି । ଆଜିଠୁ ଅର୍ଥାତ ଜୁନ 21ରୁ ଜୁଲାଇ 7 ତାରିଖ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀମାନେ ୟୁଟ୍ୟୁବରେ ପାଠ ପଢିବେ । ଏନେଇ ଓସେପା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ପାଠପଢା ପାଇଁ 8ଟି ଜିଲ୍ଲାରେ ଏହି ୟୁଟ୍ୟୁବ୍ କ୍ଲାସ କରାଯିବ ।ସେହି ଜିଲ୍ଲାଗୁଡିକ ହେଲା ଖୋର୍ଦ୍ଧା, ବଲାଙ୍ଗୀର, କଟକ,କେନ୍ଦ୍ରାପଡ଼ା, ଗଞ୍ଜାମ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ଼ ।ସପ୍ତାହକୁ ପାଞ୍ଚଦିନ ଅର୍ଥାତ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ 30 ମିନିଟ ଧରି କ୍ଲାସ କରାଯିବ । ସମୟ ସକାଳ 9ଟାକୁ ପାଠପଢା ଆରମ୍ଭ ହେବ । ଜିଲ୍ଲାସ୍ତରରେ ଗୋଟିଏ ଲେଖାଏଁ ସ୍କୁଲ ଚୟନ କରାଯାଇ ସମ୍ପୃକ୍ତ ସ୍କୁଲରେ ୟୁଟ୍ୟୁବରେ ସିଧାପ୍ରସାରଣ ବ୍ୟବସ୍ଥା କରାଯାଇଛି । ଏ ନେଇ OSEPA ପକ୍ଷକୁ ଗାଇଡଲାଇନ ଜାରି ହୋଇଛି । ଏ ସମସ୍ତ ପ୍ରକ୍ରିୟା ଉପରେ ନଜର ରଖିବେ ଜିଲ୍ଲା ଶିକ୍ଷା ଅଧିକାରୀ ।