ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କରୋନାର ଦ୍ଵିତୀୟ ଲହରର ପ୍ରଭାବକୁ କମାଇବା ପାଇଁ ଆଜିଠୁ ରାଜ୍ୟର ୧୦ ଜିଲ୍ଲାରେ ଜାରି ହେବ ନାଇଟ୍ କର୍ଫ୍ୟୁ ।ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁରରେ, ବରଗଡ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରିରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ରାତି ୧୦ରୁ ସକାଳ ୫ଟା ଯାଏ ଏହି ନାଇଟ୍ କର୍ଫ୍ୟୁ ଲାଗୁ ହେବ । ତେବେ ଏହି ସମୟରେ ଜରୁରୀକାଳିନ ସେବାଗୁଡିକ ଜାରି ରହିବ ବୋଲି କୁହାଯାଇଛି । ଏହି ସମୟରେ କେବଳ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, ଅଫିସ, ଅନୁଷ୍ଠାନ ବନ୍ଦ ରହିବ ରହିବ । କିନ୍ତୁ ଅତ୍ୟାବଶକୀୟ ସାମଗ୍ରୀ ଯେପରିକି ମେଡିସିନ ଷ୍ଟୋର ଖୋଲା ରହିବ ।
ତେବେ ଜିଲ୍ଲା ଓ ମ୍ୟୁନିସପାଲ କର୍ମଚାରୀ, ପୋଲିସ, କାର୍ଯ୍ୟରତ ସରକାରୀ କର୍ମଚାରୀ,ପାରା ମେଡିକାଲ ଷ୍ଟାଫ୍, ଡାକ୍ତର ଆଦିଙ୍କୁ ଛାଡ଼ କରାଯାଇଛି । ଏହି ସମୟରେ ହୋମ ଡେଲିଭରୀ, ପେଟ୍ରୋଲ ପମ୍ପ, ଜାତୀୟ ରାଜପଥ କଡରେ ଥିବା ଢାବା, ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ ମିଡିଆ, ଏଲପିଜି ବିତରଣ କଟକଣାରୁ ବାଦ ଦିଆଯିବ ବୋଲି କୁହାଯାଇଛି ।