ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : କରେନା କାଳ ମଧ୍ୟରେ ଦେଶକୁ ଆତ୍ମ ନିର୍ଭରଶୀଳ କରିବା ପ୍ରୟାସ ନେଇ ‘ଭୋକାଲ ଫର୍ ଲୋକାଲ’ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିବେଦନ କରିଥିଲେ । ବିଶେଷ କରି ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ଏହି ଉତ୍ସବରେ ଦେଶୀ ଜିନିଷ କିଣିବାକୁ ଦେଶବାସୀଙ୍କୁ ନିବେଦନ କରିଥିଲେ । ମୋଦିଙ୍କ ଏହି ନିବେଦନ ଉପରେ ଲୋକ ବିଦେଶୀ ସାମଗ୍ରୀକୁ ବହିଷ୍କାର ମଧ୍ୟ କରିଥିଲେ । ତେଣୁ ବିଶେଷ କରି ଦୀପାବଳିରେ ଚାଇନାକୁ ବଡ଼ ଝଟକା ଲାଗିଛି । କୋଭିଡ଼ ସମୟରେ ଲୋକମାନେ ବାଣ ଫୁଟାଇବା ନେଇ ଦେଶରେ କଟକଣା ଲଗାଇଥିବାରୁ ଚାଇନାର ବଡ଼ କ୍ଷତି ହୋଇଛି । ଫେଡେରେସନ ଅଫ୍ ଟ୍ରେଡ୍ କନଫେଡେରେସନ ଅଫ୍ ଅଲ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ୍) ଅନୁଯାୟୀ, ଦୀପାବଳି ସମୟରେ ଚାଇନା ପ୍ରାୟ ୪୦ ହଜାର କୋଟି କ୍ଷତି ସହିଛି ।
ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଆତ୍ମନିର୍ଭରଶୀଳ ଭାରତ ଆହ୍ଵାନକୁ ଦୃଢ ମନେକରି ଲୋକମାନେ ଖୋଲାଖୋଲି ଭାବେ ଚାଇନାର ଉତ୍ପାଦନକୁ ବିରୋଧ କରିଥିଲେ । ଅନ୍ୟପଟେ କ୍ୟାଟ୍ ରିପୋର୍ଟ ଅନୁଯାୟୀ, ଏହି ଦୀପାବଳିରେ ସାରାଦେଶରେ ପ୍ରାୟ ୭୨ ହଜାର କୋଟି କାରବାର ହୋଇଥିଲା । କାରଣ ଏବେ ଲୋକେ ବିଦେଶୀ ଦ୍ରବ୍ୟକୁ ବହିଷ୍କାର କରି ଦେଶୀ ସାମଗ୍ରୀକୁ ଆପଣାଉଛନ୍ତି ।