ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ନଭେମ୍ବର ୨୦ ଠାରୁ ଆରମ୍ଭ ଦେବାକୁ ଯାଉଛି ବିଧାନସଭା ଶୀତକାଳୀନ ଅଧିବେଶନ । କୋଭିଡ ମହାମାରୀକୁ ଦୃଷ୍ଟିରେ ରଖାଯାଇ ଅଧିବେଶନ ପୂର୍ବରୁ ବାଚସ୍ପତି, ସମସ୍ତ ବିଧାୟକ, ମନ୍ତ୍ରୀ,ସେମାନଙ୍କ ବ୍ୟକ୍ତିଗତ ସହାୟକ, ସଚିବ, ବିଧାନସଭାର କର୍ମଚାରୀ ଏପରିକି ବିଧାନସଭାକୁ ଯାଇଥିବା ସାମ୍ବାଦିକମାନଙ୍କର ମଧ୍ୟ କୋଭିଡ ଟେଷ୍ଟ କରାଯିବ ।କୋଭିଡ ଟେଷ୍ଟ ପରେ ହିଁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ପୂର୍ବ ଅଧିବେଶନରେ ମଧ୍ୟ କୋଭିଡ ଟେଷ୍ଟ କରାଯାଇ ସେମାନଙ୍କୁ ବିଧାନସଭା ଗୃହକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା ।
ଆଜିଠାରୁ ୩ ଦିନ ଯାଏଁ ଏହି ଟେଷ୍ଟ କରାଯିବ ।ରିପୋର୍ଟ ନେଗେଟିଭ ଥିଲେ ହିଁ ବିଧାନ ସଭା ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ।ଏଥର ମଧ୍ୟ ଭିଡିଓ କନ୍ଫେରେନ୍ସିଙ୍ଗ୍ରେ ଭାଗ ନେଇ ପାରିବେ।