SunstarTV
ଫୋକସ୍ ଓଡ଼ିଶା ତୁହା କୁ ତୁହା କେନ୍ଦ୍ର ସରକାରଙ୍କ ଗ୍ରସ୍ତ । ଚଳିତ ନିର୍ବାଚନରେ ବିଜେଡକୁ ଚେକ ଦେବା ପାଇଁ ବିଜେପି ତାର ସମସ୍ତ ପ୍ରସ୍ତୁତି ଜାରି ରଖିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବାଦ୍ ଆଜି ଓଡ଼ିଶା ଆସୁଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ।
ସୂଚନାମୁତାବକ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୁରୀ ଲୋକସଭା ଅନ୍ତର୍ଗତ ରଣପୁର ନିର୍ବାଚନମଣ୍ଡଳୀ ଯାଇ ନିର୍ବାଚନ ପ୍ରଚାର କରିବେ। ଅପରାହ୍ନ ୫ଟାରେ ରଣପୁର ଥାନା ସମ୍ମୁଖ ପଞ୍ଚୁଦୋଳ ପଡିଆରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ ରାଜନାଥ।
ସେହିପରି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ କଳାହାଣ୍ଡିରେ ସମାବେଶ ରହିବ । ଦିନ ୧୧ଟାରେ ଧର୍ମଗଡ଼ କଲେଜ ପଡିଆ ଏବଂ ଅପରାହ୍ନ ସାଢେ ୩ଟାରେ ଜୟପାଟଣାଠାରେ ନିର୍ବାଚନ ପ୍ରଚାର କରିବେ ଭୂପେନ୍ଦ୍ର ଯାଦବ।
ବିଜେପି ଫୋକସରେ ଓଡିଶା ରହିଛି । ତେଣୁ ପ୍ରତିଦିନ କେନ୍ଦ୍ର ମନ୍ତ୍ରୀଙ୍କ ଓଡିଶା ଗସ୍ତ ଲାଗି ରହୁଛି । ଯାହା କେବଳ କର୍ମୀ ମନୋବଳ ବୃଦ୍ଧି କରୁନାହିଁ ବରଂ ରାଜ୍ୟରେ ବିଜେଡିର ହାଓ୍ବା ଜାରି ରଖିବାରେ ସାହାର୍ଯ୍ୟ କରୁଛି ।