ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା କେଦାରନାଥ ମନ୍ଦିର । ଏକ ଶୁଭ ମୁହୂର୍ତ୍ତରେ ବାବା କେଦାରନାଥଙ୍କ ମନ୍ଦିର କବାଟ ଖୋଲା ଯାଇଛି । ବ୍ରହ୍ମ ମୁହୂର୍ତ୍ତରେ ଗର୍ଭଗୃହରେ କେଦାରନାଥଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇ ସର୍ବସାଧାରଣ ଦର୍ଶନ ପାଇଁ କବାଟ ଖୋଲିଛି । କେଦାରନାଥ ମନ୍ଦିରକୁ ୩୫ କୁଇଣ୍ଟାଲ ଫୁଲରେ ସୁନ୍ଦର ଭାବେ ସଜାଯାଇଥିବା ବେଳେ ଜୟକାର ଧ୍ବନୀରେ ପ୍ରକମ୍ପିତ ହୋଇଉଠିଛି ପରିବେଶ। ଆଜି ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଛନ୍ତି । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଦର୍ଶନ ପାଇଁ ଗଙ୍ଗୋତ୍ରୀ ଧାମର କବାଟ ଖୋଲିବା ପରେ ଚାରିଧାମ ଯାତ୍ରା ଆରମ୍ଭ ହୋଇଛି ।
କେଦାରନାଥ, ଗଙ୍ଗୋତ୍ରୀଏବଂ ଯମୁନୋତ୍ରୀ ଧାମର କବାଟ ଖୋଲିବା ସହିତ ଚାରଧାମ ଯାତ୍ରା ଆରମ୍ଭ ହେବ | ଆଜି ରୀତିନୀତି ଅନୁଯାୟୀ ଭକ୍ତମାନଙ୍କ ପାଇଁ ସକାଳ ସାତଟାରେ ଦର୍ଶନ ପାଇବା ପାଇଁ କେଦାରନାଥ ଧାମର ଦ୍ବାର ଖୋଲିଛି। ଏହି ସମୟରେ ହେଲିକପ୍ଟରରୁ ଫୁଲ ସ୍ନାନ କରାଯାଇଥିଲା।
ଗତକାଲି ବିଳମ୍ବିତ ରାତି ସୁଦ୍ଧା ୧୬ ହଜାରରୁ ଅଧିକ ଭକ୍ତ ପ୍ରଥମ ଦିନରେ ବାବା କେଦାରଙ୍କ ଦର୍ଶନ ପାଇଁ କେଦାରପୁରୀରେ ପହଞ୍ଚିଥିଲେ। ଆଜି କେଦାରନାଥ ଧାମର କବାଟ ଖୋଲିବା ପରେ ସକାଳ ୧୦.୨୯ ରେ ଯମୁନୋତ୍ରୀ ଧାମର ଦ୍ବାର ଖୋଲିବ ଏବଂ ସକାଳ ୧୨.୨୫ ରେ ଗଙ୍ଗୋତ୍ରୀ ଧାମର ଦ୍ବାର ଖୋଲିବ | ୧୨ମଇ ଦିନ ସକାଳ୬ଟାରେ ବଦ୍ରିନାଥ ଧାମର ଦ୍ବାର ଖୋଲିବ |
ସୂଚନା ମୁ୍ତାବକ ବର୍ତ୍ତମାନ ପର୍ଯ୍ୟନ୍ତ ୨୨ ଲକ୍ଷରୁ ଅଧିକ ଭକ୍ତ ଚାରିଧାମ ଯାତ୍ରା ପାଇଁ ପଞ୍ଜୀକୃତ ହୋଇଛନ୍ତି। ପଞ୍ଜୀକରଣ ଆକଳନକୁ ଦେଖିଲେ ଏଥର ମଧ୍ୟ ରାଜ୍ୟ ସରକାର ଚାରିଧାମ ଯାତ୍ରାରେ ଭକ୍ତଙ୍କ ଏକ ନୂତନ ରେକର୍ଡ ସୃଷ୍ଟି କରିବାକୁ ଆଶା ରଖିଛନ୍ତି।