Sunstar Tv
PM Kisan Yojana: ପିଏମ କିସାନ ସମ୍ମାନ ନିଧି ଯୋଜନାର ଲାଭ ଉଠାଉଥିବା ଚାଷୀ ହିତାଧିକାରୀଙ୍କ ପାଇଁ ଏକ ଖୁସି ଖବର ।
ବର୍ତ୍ତମାନ ଆପଣ ବାର୍ଷିକ ୬୦୦୦ ବଦଳରେ ୩୬୦୦୦ ଟଙ୍କା ଲାଭ ପାଇପାରିବେ । କେନ୍ଦ୍ର ଦ୍ୱାରା ପରିଚାଳିତ ହେଉଥିବା ଅନ୍ୟାନ୍ୟ ଯୋଜନା ମଧ୍ୟରୁ ପିଏମ କିସାନ ଯୋଜନା ଅନ୍ୟତମ l
ଯାହାଦ୍ୱାରା ଚାଷୀଙ୍କୁ ଚାଷ କାମରେ ଆର୍ଥିକ ସହାୟତା ଭାବେ ସରକାର ପ୍ରଦାନ କରିଥାନ୍ତି l ଏହାକୁ କେନ୍ଦ୍ର ସରକାର କିସ୍ତି ମାଧ୍ୟମରେ ପ୍ରଦାନ କରନ୍ତି l
ନିକଟରେ ସରକାର ୧୬ ତମ କିସ୍ତି ଟଙ୍କା ପ୍ରଦାନ କରିଥିଲେ ଚାଷୀଙ୍କୁ l ତେବେ ଆଗକୁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ୧୭ତମ କିସ୍ତିର ଟଙ୍କା ଟ୍ରାନସ୍ଫର କରିବେ ଚାଷୀଙ୍କ ଆକାଉଣ୍ଟକୁ । ସରକାରୀ ତଥ୍ୟ ଅନୁଯାୟୀ ଦେଶର ୧୧ କୋଟିରୁ ଅଧିକ କୃଷକ ଏହି ଯୋଜନାର ଲାଭ ପାଉଛନ୍ତି ।
ତେବେ ୩୬୦୦୦ ଟଙ୍କାର ଲାଭ ଆପଣ କିପରି ଉଠାଇ ପାରିବେ । କେବଳ ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ହିତାଧିକାରୀଙ୍କୁ ସରକାର ଏହି ଯୋଜନାର ସୁବିଧା ପ୍ରଦାନ କରୁଛନ୍ତି ।
ଏହି ସୁବିଧାରେ ଲାଭ ପାଇବା ପାଇଁ ଆପଣଙ୍କ ପକେଟରୁ ଗୋଟିଏ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ l ଏହି ଯୋଜନା ଅନୁଯାୟୀ ଆପଣ ପ୍ରତି ମାସରେ ୩୦୦୦ ଟଙ୍କା ଲାଭ ପାଇବେ l
ଯେଉଁମାନେ ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ଲାଭ ଉଠାଉଛନ୍ତି କେବଳ ସେହି ଚାଷୀଙ୍କୁ ଏହାର ଲାଭ ମିଳିବ ।
ଏହି ଯୋଜନା ଭଳି ଚାଷୀଙ୍କୁ କେନ୍ଦ୍ର ସରକାର କିସାନ କ୍ରେଡିଟ କାର୍ଡ ଓ ପ୍ରଧାନ ମନ୍ତ୍ରୀ କିସାନ ମାନଧନ ଯୋଜନା ପ୍ରଦାନ କରୁଛନ୍ତି ।
ପିଏମ କିସାନ ଯୋଜନା ଭଳି ଚାଷୀ ପେନ୍ସନ୍ ଯୋଜନା ଦେଶର କ୍ଷୁଦ୍ର ଓ ସୀମିତ ଚାଷୀଙ୍କ ପାଇଁ ପରିଚାଳିତ । ଏହି ପେନସନ ଯୋଜନାରେ ୬୦ ବର୍ଷ ବୟସ ପରେ ଚାଷୀଙ୍କୁ ପ୍ରତି ମାସରେ ୩୦୦୦ ଟଙ୍କା ସୁବିଧା ପ୍ରଦାନ କରାଯାଉଛି ।
ଯଦି ଆପଣ ପିଏମ କିସାନ ଯୋଜନର ସୁବିଧା ନେଉଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ଅନ୍ୟ କୌଣସି ଅତିରିକ୍ତ ଡକ୍ୟୁମେଣ୍ଟ ଦାଖଲ କରିବାର ଆବଶ୍ୟକତା ନାହିଁ ।
ଯଦି ଆପଣ ପିଏମ ମାନଧନ ଯୋଜନାର ଲାଭ ଉଠାଇବାକୁ ଇଛା ରଖୁଛନ୍ତି ତେବେ ଆପଣ ଏହି ଯୋଜନାରୁ ପ୍ରାପ୍ତ ଲାଭରେ ସିଧାସଳଖ ଯୋଗଦାନ କରିବାର ବିକଳ୍ପ ପାଇବେ ଜଣେ ଚାଷୀ ଭାବେ ।
ତାହା ଅର୍ଥ ହେଉଛି ଆପଣଙ୍କ ୬୦୦୦ ଟଙ୍କା ପ୍ରିମିୟମରୁ କଟିଯିବ ଓ ଆପଣଙ୍କ ପାଖରୁ କୌଣସି ଅତିରିକ୍ତ ଟଙ୍କା ନିଆଯିବ ନାହିଁ ।
ଏହା ସହିତ ଆପଣଙ୍କର ବକେୟା ବାଲାନ୍ସ ମଧ୍ୟ ଆକାଉଣ୍ଟକୁ କ୍ରେଡିଟ୍ ହୋଇଯିବ । ଏହିପରି କୃଷକ ବାର୍ଷିକ ୩୬,୦୦୦ ପାଇବେ ଓ ପୃଥକ ଭାବରେ ୩ଟି କିସ୍ତି ମଧ୍ୟ ପାଇବେ ।
ଯଦି ଜଣେ ଚାଷୀ ପ୍ରଧାନ ମନ୍ତ୍ରୀ କୃଷକ ସମ୍ମାନ ନିଧିର ହିତାଧିକାରୀ ନଥିଲେ ମଧ୍ୟ ଏହି ଯୋଜନାର ଲାଭ ପାଇବେ l ତେବେବି ସେଥିପାଇଁ ସରକାରୀ ନିୟମକୁ ମାନିବାକୁ ପଡ଼ିବ l
ଏହି ଲାଭ ପାଇଁ ଏହି ସମସ୍ତ ବିଷୟ ଉପରେ ଧ୍ୟାନ ଦେବାକୁ ପଡ଼ିବ –
୧. ୧୮ ରୁ ୪୦ ବର୍ଷ ପର୍ଯ୍ୟନ୍ତ ଯେକୌଣସି କୃଷକ କିସାନ ମାନଧନ ଯୋଜନାର ଲାଭ ପାଇବେ ।
୨. ଏଥିପାଇଁ ସର୍ବାଧିକ ୨ ହେକ୍ଟର ଚାଷଜମି ରହିବା ଉଚିତ୍।
୩. ସର୍ବନିମ୍ନ ୨୦ ବର୍ଷ ଓ ସର୍ବାଧିକ ୪୦ ବର୍ଷ ପାଇଁ ୫୫ ଟଙ୍କା ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଯୋଗଦାନ କରିବାକୁ ହେବ।
୪. ୧୮ ବର୍ଷ ବୟସରେ ଏହି ଯୋଜନାରେ ଯୋଗ ଦିଅନ୍ତି ତେବେ ମାସିକ ଅବଦାନ ୫୫ ଟଙ୍କା ହେବ ।
୫. ୩୦ ବର୍ଷ ବୟସରେ ଏହି ଯୋଜନାରେ ଯୋଗ ସାମିଲ ହେଲେ ଆପଣଙ୍କୁ ପ୍ରତ୍ୟେକ ମାସରେ ୧୧୦ ଟଙ୍କା ଜମା କରିବାକୁ ହେବ ।
୬. ୪୦ ବର୍ଷ ବୟସରେ ଯୋଗ ଦିଅନ୍ତି ତେବେ ପ୍ରତି ମାସରେ
୨୦୦ ଟଙ୍କା ଜମା କରିବାକୁ ହେବ ।