Sunstar Tv
Astrology Tips: ଆଜି କେମିତି କଟିବ ଆପଣଙ୍କ ଦିନ, ମିଳିବ ଲାଭ ନା ସହିବେ ଆର୍ଥିକ କ୍ଷତି? ଜାଣନ୍ତୁ ଆଜିର ରାଶିଫଳ…
ମେଷ: ବରିଷ୍ଠ ଅଧିକାରୀଙ୍କ ସହଯୋଗ ରହିବ। ବ୍ୟବସାୟରେ ସମସ୍ୟା ଦେଖା ଦେବ। କୌଣସି କଥାକୁ ନେଇ ଚିନ୍ତାରେ ରହିବେ। ନୂଆ କାମରେ ପରିବାରର ସହଯୋଗ ମିଳିବ। କଥାରେ ମଧୁରତା ରଖିବେ।
ବୃଷ: ଦିନଟିରେ ମିଶ୍ରିତ ଫଳ ମିଳିବ। ଚାକିରିରେ ପଦୋନ୍ନତି ସମ୍ଭାବନା ରହିବ। ମନ ପ୍ରସନ୍ନ ରହିବ। ଛାତ୍ରଛାତ୍ରୀଙ୍କୁ ଶୁଭ ଫଳ ମିଳିବ। ଘରେ ପୂଜାପାଠ ଆୟୋଜନ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।
ମିଥୁନ: ପ୍ରଭୂତ ସୁଖର ଅଧିକାରୀ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟ ଫଳପ୍ରଦ ହେବ। ସପତ୍ନୀକ ସୁସ୍ଥ ଓ ନିରାମୟ ରହିବେ। ସେବା କ୍ଷେତ୍ରରେ ପତ୍ନୀ ପ୍ରେରଣାଦାୟୀ ହେବେ।
କର୍କଟ: ଅସୁସ୍ଥତା ଅନୁଭବ କରିପାରନ୍ତି। ଅସଦ୍ ବ୍ୟୟର ସୂଚନା ମିଳୁଛି। ପାପ ଓ କୁଟୀଳ ମନୋଭାବରୁ ଅନୁତାପରୂପକ ଚାବୁକରେ ନିଜକୁ ନିଜେ ପ୍ରହାର କରିପାରନ୍ତି। ଜ୍ଞାନ ଉଦୟ ହୋଇପାରେ। ସୁଖୀ ରହିବେ।
ସିଂହ: ବୁଦ୍ଧିମାନ୍ ହେବେ। କୋଟି ନିଧି ପ୍ରାପ୍ତିର ସୂଚନା ମିଳୁଛି। ବହୁ ସୁଖର ଅଧିକାରୀ ହେବେ। କନ୍ୟା ରତ୍ନର କାର୍ଯ୍ୟ କଳାପ ପାଇଁ ଗର୍ବିତ ହେବେ। ପତ୍ନୀ ଶାରୀରିକ ସ୍ତରରେ ଦୁର୍ବଳ ହେଲେ ମଧ୍ୟ ଦୃଢ଼ମନା ହେବେ।
କନ୍ୟା: ବନ୍ଧୁଙ୍କ ସହାୟତାରେ ଆୟର ନୂଆ ମାର୍ଗ ଉନ୍ମୁକ୍ତ ହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପୂଜାପାଠରେ ସାମିଲ ହେବେ। ପ୍ରେମ ଜୀବନରେ ମଧୁରତା ଆସିବ। ବ୍ୟବସାୟରେ ପରିବର୍ତ୍ତନ ଆସିବ।
ତୁଳା: ଚାକିରିରେ ବଦଳି ସମ୍ଭାବନା ଅଛି। ପୈତୃକ ସମ୍ପତ୍ତିରେ ବିବାଦ ଦେଖା ଦେବ। ପୂର୍ବରୁ କରିଥିବା ନିବେଶରୁ ଲାଭ ମିଳିବ। ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ।
ବିଛା: କାମରେ ଧୈର୍ଯ୍ୟର ଅଭାବ ରହିବ। ଆଇଟି ଓ ବ୍ୟାଙ୍କ ଚାକିରିଆଙ୍କୁ କୌଣସି ଖୁସି ଖବର ମିଳିବ। ପିଲାଙ୍କ ସହ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟରେ ସୁଧାର ହେବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ।
ଧନୁ: ନାନା ବିଭବରେ ମଣ୍ଡିତ ହେବେ। ଶ୍ରୀ ମୁଖମଣ୍ଡଳ ସୌନ୍ଦର୍ଯ୍ୟ ଓ ଶୋଭାପୂର୍ଣ୍ଣ। ପରଧର୍ମକୁ ବର୍ଜନ କରି ସ୍ବଧର୍ମରେ ତଥା ମହାଜନମାନଙ୍କ ଦ୍ବାରା ପରିଚାଳିତ ନିତ୍ୟ ନିୟମରେ ପରିଚାଳିତ ହେବେ। ଶ୍ରେଷ୍ଠ ହେବେ।
ମକର: ଖଳ ଲୋକଙ୍କ ଦ୍ବାରା ପରିଚାଳିତ ହେଲେ ଅତ୍ୟଧିକ ବ୍ୟୟର ସମ୍ମୁଖୀନ ହେବେ। ଧର୍ମ କାର୍ଯ୍ୟକୁ ପଛରେ ପକାଇ ସ୍ବକର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସେବା ଓ ପରୋପକାରରେ ନିଜକୁ ସାମିଲ କରିପାରନ୍ତି।
କୁମ୍ଭ: ଆପଣଙ୍କ ଜ୍ଞାନ ଭଣ୍ଡାରକୁ ମହତ କାର୍ଯ୍ୟରେ ବିନିଯୋଗ କରି ସୁଫଳ ପ୍ରାପ୍ତିର ସୂଚନା ମିଳୁଛି। ସଦାସର୍ବଦା ସତ୍ୟାନୁରାଗୀ ହୋଇପାରନ୍ତି। ଲୋଭନୀୟ ଚକ୍ଷୁ ଯୁଗଳ ପାଇଁ ପତ୍ନୀଙ୍କ ଅତି ପ୍ରିୟ ହୋଇପାରନ୍ତି।
ମୀନ: ଚାକିରିଆଙ୍କୁ ନୂଆ ନିଯୁକ୍ତି ସମ୍ଭାବନା ଅଛି। ଭଜନ, କୀର୍ତ୍ତନରେ ସାମିଲ ହେବେ। କୌଣସି କାମରେ ପରିବାରର ସହଯୋଗ ମିଳିବ। ଶତ୍ରୁଙ୍କ ଠାରୁ ଦୂରତ୍ବ ରକ୍ଷା କରିବେ।