SUNSTARTV
ବିହାର: ବିହାର ରାଜଧାନୀ ପାଟନାରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା । ଯାହାକୁ ନେଇ ଭୟରେ ପାଟନାବାସୀ । ଯେଉଁଠି ନେତା ସୁରକ୍ଷିତ ନାହାନ୍ତି ସେଠି ସାଧାରଣଜନତାଙ୍କ ସ୍ଥିତି କଣ ହେବ। ଆଜି ଭୋରୁ ଭୋରୁ ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଫଳରେ ଘଟଣାକୁ ନେଇ ରାଜ୍ୟରେ ଖେଳିଯାଇଛି ଆତଙ୍କ। ତେବେ ହତ୍ୟା କରାଯାଇଥିବା ନେତାଙ୍କ ନାମ ସୌରଭ କୁମାର ହୋଇଥିବା ବେଳେ ସେ ଜେଡିୟୁ ନେତା ବୋଲି ଜଣାପଡିଛି ।
ତେବେ ମିଳିଥିବା ସୂଚନା ଅନୁସାରେ, ଆଜି ଭୋରରୁ ସୌରଭ କୁମାର ଓ ତାଙ୍କ ବନ୍ଧୁ ପାର୍ସର ବଜାରରୁ ଘରକୁ ଫେରୁଥିଲେ। ଏହି ସମୟରେ ଦୁଇଟି ବାଇକରେ ୪ ଜଣ ଆସି ସେମାନଙ୍କ ଉପରକୁ ଅତର୍କିତ ଗୁଳି ମାଡ଼ କରିଥିଲେ। ତେବେ ଅତି ନିକଟରୁ ସୌରଭଙ୍କ ମୁଣ୍ଡକୁ ଦୁଇ ରାଉଣ୍ଡ ଗୁଳି କରିଥିଲେ ଦୁର୍ବୃତ୍ତ। ଫଳରେ ଘଟଣାସ୍ଥଳରେ ହିଁ ଫଳରେ ଘଟଣା ସ୍ଥଳରେ ଟଳିପଡ଼ିଥିଲେ jdu ନେତା । ସେପଟେ ଗୁରୁତର ଅବସ୍ଥାରେ ସୌରଭଙ୍କ ବନ୍ଧୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ପୁନପୁନ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ପାଟନାରେ ଏଭଳି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। କୁହାଯାଉଛି, ସୌରଭ ଜେଡିୟୁର ଜଣେ ଆଗ ଧାଡ଼ିର ଯୁବ ନେତା ଥିଲେ। ସେ ମଧ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘନିଷ୍ଠ ଥିଲେ। ଫଳରେ କୌଣସି ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ହତ୍ୟା କରାଜିରେଥିବା ସାଧାରଣରେ ଚର୍ଚ୍ଚା ହେଉଛି । କିନ୍ତୁ ହତ୍ୟାକାଣ୍ଡର ପ୍ରକୁତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଖବର ଲେଖା ହେବା ସୁଦ୍ଧା ଅଭିଯୁକ୍ତମାନେ ଧରାପଡି ନଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି। ତେବେ ବିଚ୍ ରାସ୍ତା ଉପରେ JDU ନେତାଙ୍କୁ ଏପରି ଗୁଳିକରି ହତ୍ୟା ସାଧାରଣରେ ଏକ ଭୟ ସୃଷ୍ଟି କରିବା ସହ ବିହାରର ଶାସନ ବ୍ୟବସ୍ତା ଉପରେ ଏକ ବିରାଟ ପ୍ରଶ୍ନବାଚି ଛିଡା କରିଛି ।