SUNSTARTV
ପୁରୀ: ଶ୍ରୀମନ୍ଦିରରେ ପୁଣି ଘଟିଲା ବଡ ଅଘଟଣ । କଣ ଓଡିଶା ପାଇଁ ଆସୁଛି କି ବିପଦ । ପୁରୀରେ ପଡିଲା ପୁଣି ରକ୍ତର ଛିଡା । ଯାହାଫଳରେ ହେଲା ମହାପ୍ରଭୁଙ୍କର ବଡ ମହାସ୍ନାନ । ସକାଳ ୫ଟା ୨୧ରେ ସିହଂଦ୍ୱାର ଫିଟିବା ପରେ ପ୍ରଥମେ ସେବାୟତ ଘରର ମହିଳାମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବେଶ କରନ୍ତି । କାରଣ ଜଗନ୍ନାଥଙ୍କ ପ୍ରଥା ଅନୁଯାୟୀ କେବଳ ସେମାୟତ ଏବଂ ତାଙ୍କ ଧର୍ମ ପତ୍ନୀ କିମ୍ବା ପରିବାରର ସଦସ୍ୟମାନେ ହିଁ ଭିତର କାଠ ପର୍ଯ୍ୟନ୍ତ ଯାଇଥାନ୍ତି । ତେବେ ସବୁଦିନ ପରି ଆଜି ମଧ୍ୟ ସେବାୟତ ଘରର ମହିଳାମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲେ । ସେହି ସମୟରେ ସେବାୟତ ଘରର ଜଣେ ମହିଳାଙ୍କ ଆଙ୍ଗୁଠି ଶ୍ରୀମନ୍ଦିର ଦୁଆର ନିକଟରେ ଚାପି ହୋଇଯାଇଥିଲା । ଫଳରେ ଶ୍ରୀମନ୍ଦିର ଭିତର କାଠ ଧୁକୁଡି ଦ୍ୱାର ନିକଟରେ ପଡିଥିଲା ରକ୍ତର ଛିଟା ।
ଫଳରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ପୂର୍ବରୁ ପାଖାପାଖି ଏକ ଘଣ୍ଟା ଧରି ବଡ ଠାକୁରଙ୍କ ହୋଇଥିଲା ବଡ ମହାସ୍ନାନ । ଏହି ସମୟରେ ମନ୍ଦିରକୁ ସାଧାରଣ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଥିଲା । ତେବେ କାଳିଆ ସଆଁନ୍ତଙ୍କ ବଡ ମହାସ୍ନାନ ପରେ ଗଭା ବେଶ ଓ ପରେ ମଙ୍ଗଳ ଆଳତୀ କରାଯାଇଛି ।
ତେବେ ପୁରୀରେ ରକ୍ତର ଛିଡା ପଡିବା ପରେ ଏବେ ଚିନ୍ତାରେ ସାଧାରଣ ଲୋକେ । କାରଣ ଯେବେ ଯେବେ ବି ପୁରୀରେ କିଛି ଅନିତି ଘଟିଛି ଓଡିଶା ପାଇଁ ବିପଦ ଆସିଛି ବୋଲି ସାଧାରଣରେ ବିଶ୍ୱାସ ରହିଛି । ତେବେ ପୂର୍ବରୁ ମଧ୍ୟ ଏହାର ପ୍ରମାଣ ମିଳିଥିବା କହିଛନ୍ତି ବୁଦ୍ଧିଜିବି । ତେବେ ଆଜିର ଏହି ଘଟଣା ପରେ କଣ ଓଡିଶା ପାଇଁ କିଛି ବିପଦ ଘନାଉଛି କି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।