SUNSTARTV
Chanakya Niti Tips:ସନାତନ ଧର୍ମରେ ଆଚାର୍ଯ୍ୟ ଚାଣକ୍ୟଙ୍କୁ ମହାନ ଜ୍ଞାନି ଏବଂ ବିଦ୍ୱାନ ଭାବରେ ବିବେଚନା କରାଯାଏ । ସେ ହେଉଛନ୍ତି ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଗୁରୁ ଏବଂ ଚାଣକ୍ୟ ଏକ ନୀତି ଶାସ୍ତ୍ର ରଚନା କରିଥିଲେ । ଯାହାକୁ ହିନ୍ଦୁ ଧର୍ମରେ ଚାଣକ୍ୟ ନିତି ବୋଲି କୁହାଯାଏ । ତେବେ ଏହି ନୀତିକୁ ଲୋକେ ଆଜି ବି ସେମାନଙ୍କ ଜୀବନରେ ପ୍ରୟୋଗ କରୁଛନ୍ତି । ଚାଣକ୍ୟଙ୍କ ଦ୍ୱାରା ଦିଆଯାଇଥିବା ଏହି ନୀତି ଶିକ୍ଷା ବ୍ୟକ୍ତିଗତ, ସାସାଜିକ ଏବଂ ରାଜନୈତିକ କ୍ଷେତ୍ରରେ ବ୍ୟକ୍ତିର ମାର୍ଗଦର୍ଶନ କରିଥାଏ । ତେବେ ଚାଣକ୍ୟ ନୀତିରେ କୁହାଯାଇଥିବା ଏମିତି ୫ଟି ଅଭ୍ୟାସ ବିଷୟରେ ଆମେ ଆଜି ଆପଣଙ୍କୁ ଜଣାଇବାକୁ ଯାଉଛୁ, ଯେଉଁଠାରୁ ପ୍ରତ୍ୟେକ ବ୍ୟକ୍ତି ଦୂରେଇ ରହିବା ଆବଶ୍ୟକ । ନଚେତ୍ ଜୀବନରେ ଯେତେ ଚେଷ୍ଟା କଲେ ମଧ୍ୟ ସଫଳତା କେବେ ବି ମିଳିବ ନାହିଁ ଏବଂ ସଦା ସର୍ବଦା ସମସ୍ୟା ଲାଗି ରହିବ । ବର୍ତ୍ତାନ ଆସନ୍ତୁ ଜାଣିବା ସେହି ୫ଟି ଅଭ୍ୟାସ ବିଷୟରେ ।
୧.କାହାର ଅମଙ୍ଗଳ କରନ୍ତୁ ନାହିଁ: ଚାଣକ୍ୟ ନୀତି ଅନୁସାରେ କେବେବି କୌଣସି ବ୍ୟକ୍ତିର ଅମଙ୍ଗଳ କରିବା କିମ୍ବା ତାର କ୍ଷତି କରିବା ଉଚିତ୍ ନୁହେଁ । ଯଦି ଏଭଳି ଅଭ୍ୟାସ ଅଛି ତେବେ ଏହାକୁ ତୁରନ୍ତ ପରିବର୍ତ୍ତନ କରିବା ଉଚିତ୍ । କାରଣ ଏହି ଅଭ୍ୟାସ ଦ୍ୱାରା ବ୍ୟକ୍ତି ନିଜର ଭୁଲ ଏବଂ ଦୋଷ ଭୁଲିଯାଏ ଏବଂ ଅନ୍ୟ ଦୋଷ ଦୁର୍ବଳତା ଉପରେ ଅଧିକ ଗୁରୁତ୍ୱ ଦେଇଥାଏ । ଫଳରେ ସେ ତାର ଜୀବନରେ କେବେ ବି ଅଗ୍ରଗତି କରିପାରେ ନାହିଁ । ତେଣୁ ଯଦି ଆପଣଙ୍କ ଅଖପାଖରେ ଏପରି ବ୍ୟକ୍ତି ଅଛନ୍ତି ତାହାଲେ ସେମାନଙ୍କ ଠାରୁ ଦୂରତା ରକ୍ଷ କରିବା ଉଚିତ୍ ।
୨.ଅପରିଷ୍କାର ହୋଇ ରହିବା: ଚାଣକ୍ୟ ତାଙ୍କ ନୀତି ବାଣୀରେ ଏହା ଲେଖିଛନ୍ତି ଯେ, କେବେ ବି ବ୍ୟକ୍ତିକୁ ଅପରିଷ୍କାର ହୋଇ ରହିବା ଉଚିତ ନୁହେଁ । ଏହାଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ।ଏଥିସହିତ ଯେଉଁଠାରେ ଅପରିଷ୍କାର ଥାଏ କିମ୍ବା ଅଳିଆ ଥାଏ ସେ ସ୍ଥାନରେ ମା ଲକ୍ଷ୍ମୀ ମଧ୍ୟ ରହି ନଥାନ୍ତି । ଫଳରେ ଜୀବନରେ ଆସୁଥିବା ସଫଳତା ମଧ୍ୟ ବିଫଳତାରେ ପରିଣତ ହୋଇଥାଏ । ତେଣୁ ପ୍ରେତ୍ୟକ ବ୍ୟକ୍ତି ତାଙ୍କର ପବିତ୍ରତା ଏବଂ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଏଥିସହିତ ଯଦି କୌଣସି ବ୍ୟକ୍ତି ଅପରିଷ୍କାର କିମ୍ବା ଅପବିତ୍ର ରହୁଛି ତା ଠାରୁ ଦୂରେଇ ରହିବା ଆବଶ୍ୟକ ।
୩.ସଦାସର୍ବଦା ସତ କହିବା ଉଚ୍ତ: ନୀତିବାଣୀ ଅନୁସାରେ ବ୍ୟକ୍ତିକୁ ସଦା ସର୍ବାଦା ନ୍ୟାୟ ଓ ସତ୍ୟର ମାର୍ଗରେ ଚାଲିବା ଏବଂ ରହିବା ଆବଶ୍ୟକ । କେବେ ବି ମଥ୍ୟା କିମ୍ବା ଅନ୍ୟାୟ ପଥରେ ମନ ନିବୃତ କରିବା ଉଚିତ୍ ନୁହେଁ ।ଯେଉଁ ବ୍ୟକ୍ତି ମିଛ କଥା କହିଥାନ୍ତି ସେମାନେ ତାଙ୍କ ଜୀବନରେ ଅନେକ ପ୍ରକାର ସମସ୍ୟାର ସମ୍ନା କରଥାନ୍ତି । ଏଥିସହିତ ସେହି ବ୍ୟକ୍ତିମାନେ କେବେ ବି ଉନ୍ନତି କରିପାରନ୍ତି ନାହିଁ । ତେଣୁ କେବେବି ମିଛକଥା କହିବା ଉଚିତ୍ ନୁହେଁ ।
୪.ଆଳସ୍ୟ ଅସଫଳତାର କାରଣ: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ବାଣିରେ ଏହା କହିଛନ୍ତି ଯେ ଯେଉଣ ବ୍ୟକ୍ତି ଅଳସୁଆ ହୋଇଥାନ୍ତି ସେମାନେ ତାଙ୍କ ଜୀବନରେ କେବେ ବି ସଫଳତାର ଶିଖର ଛୁଇଁ ପାରନ୍ତି ନାହିଁ । ତେଣୁ ବ୍ୟକ୍ତି ସଦାସର୍ବଦା ସକ୍ରିୟ ରହିବା ଉଚିତ୍ । ଯେଉଁ ବ୍ୟକ୍ତି ଅଳସୁଆ ପଣ ସହ କାମ କରିଥାନ୍ତି ସେମାନେ ଭବିଷ୍ୟତରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ଏପରି ବ୍ୟକ୍ତିଠାରୁ ଦୂରତା ରକ୍ଷା କରିବା ଉଚିତ ।
୫.ଲୋଭ କରବା ଅନୁଚିତ୍: ଚାଣକ୍ୟ ନୀତି ଅନୁସାରେ ବ୍ୟକ୍ତିକୁ କେବେ ବି ଲୋଭ କରିବା ଉଚିତ୍ ନୁହେଁ । ଲୋଭ କରିବା ଦ୍ୱାରା ବ୍ୟକ୍ତିର ମାନ ସମ୍ମାନ ହାନୀ ହୋଇଥାଏ ଏବଂ ଅନେକ ଅସୁବିଧାରେ ପଡିଥାନ୍ତି । ତେଣୁ ବ୍ୟକ୍ତିକୁ କେବେ ବି କୌଣସି ଜିନିଷ ପ୍ରତି ଲୋଭ କରିବା ଉଚିତ୍ ନୁହେଁ ।