Sunstar Tv
Horoscope: ଆଜି ଶନିବାର କିଛି ଲୋକଙ୍କ ଉପରେ ରହିବ ଶନିଙ୍କ କୃପା, ତେବେ ଜାଣନ୍ତୁ ଆଜି ଆପଣଙ୍କ ଦିନଟି କିପରି କଟିବ…
ମେଷ: ଦିନଟି ଭଲରେ କଟିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହାୟତା ମିଳିବ। ବ୍ୟବସାୟ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ନକାରାତ୍ମକ ଚିନ୍ତା ଦୂର ହେବ।
ବୃଷ: ଯାତ୍ରାଯୋଗ ଅଛି। ଜୀବନସାଥୀଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ। ନିବେଶରୁ ଦୂରେଇ ରୁହନ୍ତୁ। କୌଣସି ଶୁଭ ଖବର ମିଳିବ। ବନ୍ଧୁଙ୍କ ସହ ମନୋମାଳିନ୍ୟ ଦେଖା ଦେବ।
ମିଥୁନ: ଗ୍ରହମାନଙ୍କ ପ୍ରତିକୂଳ ପ୍ରଭାବରୁ ଯାହା କରନ୍ତୁନା କାହିଁକି ସନ୍ତୁଷ୍ଟ ହୋଇପାରିବେ ନାହିଁ। ବିବାଦୀୟ ପରିସ୍ଥିତି କିମ୍ବା ମାଲି ମକଦ୍ଦମାରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ ଏବଂ ପାରିବାରିକ ସ୍ଥିତି ମଧ୍ୟ ଠିକ୍ ରହିବାରେ କୌଣସି ବ୍ୟତିକ୍ରମ ହେବନାହିଁ।
କର୍କଟ: ଗ୍ରହଙ୍କ ଶୁଭତ୍ୱ କାରଣରୁ ଦିନଟି ଭଲରେ ଅତିବାହିତ ହେବ। ଯାହା ଓ ଯେମିତି ଚାହୁଁଛନ୍ତି ତାହାତ ପାଇବେ ମାତ୍ର ମନଗଢ଼ା କଥା, ଅନ୍ୟମନସ୍କତା ପରିହାର ନ କଲେ ଅସୁବିଧାରେ ପଡ଼ିବେ।
ସିଂହ: ଚାକିରିରେ ସଫଳତା ମିଳିବ। ବ୍ୟବସାୟରେ ଆଶାଜନକ ପରିଣାମ ମିଳିବ ନାହିଁ। ଜୀବନସାଥୀଙ୍କ ସହଯୋଗ ମିଳିବ। ବାପାଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
କନ୍ୟା: ଚାକିରିକୁ ନେଇ କୌଣସି ସମସ୍ୟା ଦେଖା ଦେବ। ପାରିବାରିକ ଜୀବନ ସୁଖମୟ ହେବ। ଘରେ ପୂଜାପାଠ ଆୟୋଜନ କରିବେ। ଅଟକିଥିବା କାର୍ଯ୍ୟ ପୂରା ହେବ। ଆୟର ନୂଆ ଅବସର ପ୍ରାପ୍ତ ହେବ।
ତୁଳା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଆର୍ଥିକ ସ୍ଥିତି ମଜଭୁତ୍ ହେବ। ବିବାହ ପ୍ରସ୍ତାବ ଆସିବ। ରାଜନୀତିରେ ସଫଳତା ମିଳିବ। ଛାତ୍ରଛାତ୍ରୀ କ୍ୟାରିୟର ପାଇଁ ନୂଆ ଯୋଜନା କରିବେ।
ବିଛା: ଆଇଟି ଓ ବ୍ୟାଙ୍କ କ୍ଷେତ୍ରରେ ସଫଳତା ମିଳିବ। ଅଫିସ୍ରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ବୈବାହିକ ଜୀବନ ସୁଖଶାନ୍ତିରେ କଟିବ। ବିଦ୍ୟାର୍ଥୀ ପଢ଼ାରେ ମନୋନିବେଶ କରିବେ।
ଧନୁ: ପରିବାର ଲୋକଙ୍କ ସହଯୋଗ ମିଳିବ। ସ୍ବାସ୍ଥ୍ୟରେ ସୁଧାର ଆସିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। କଥାରେ ମଧୁରତା ରକ୍ଷା କରିବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ।
ମକର: ଦିନଟିରେ କର୍ମଚଞ୍ଚଳ ରହିବେ। ବ୍ୟବସାୟରେ ଲାଭ ମିଳିବ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ। ପଡ଼ୋଶୀଙ୍କ ସହ ମତାନ୍ତର ହେବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ପ୍ରେମ ସମ୍ବନ୍ଧ ସୁଖମୟ ହେବ।
କୁମ୍ଭ: ବ୍ୟବସାୟକୁ ନେଇ ଦୂରସ୍ଥାନକୁ ଯାତ୍ରା କରିବେ। ନିବେଶରୁ ଦୂରେଇ ରୁହନ୍ତୁ। ଘରେ ପୂଜାପାଠ ଆୟୋଜନ ହେବ। ବିବାହ ସମସ୍ୟା ସମାଧାନ ହେବ। ଯାନବାହନ କ୍ରୟର ଯୋଗ ଅଛି।
ମୀନ: ରାଜନୀତିେର ଯୋଗଦେବେ। ଜୀବନସାଥୀଙ୍କୁ ମନକଥା କହିବେ। ଇଚ୍ଛା ପୂରଣ ହେବ। ନୂଆ ଚାକିରି ମିଳିବ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାମୁକ୍ତ ରହିବେ।