Sunstar Tv
Heat Wave: ଜଳୁଛି ସାରା ରାଜ୍ୟ । ୩୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୩.୬ ସହ ଭୁବନେଶ୍ବର ପାଲଟିଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର । ସେହିପରି ୬ଟି ଜିଲ୍ଲାକୁ ସିଭିୟର ହିଟୱେଭ୍ ୱାର୍ଣ୍ଣିଂ ଜାରି କରିଛି l
ସକାଳୁ ଆରମ୍ଭ ହୋଇଛି ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳ ୮ ଟା ୩୦ ସୁଦ୍ଧା ତାଳଚେରରେ ୩୫ ଡ଼ିଗ୍ରୀ ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି।
ସେହିପରି ଭବାନୀପାଟଣାରେ ୩୪.୫ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଟିଟିଲାଗଡ଼ର ୩୩ .୩ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି ତାପମାତ୍ରା ଅଧିକ ଥିଲେ ବି ଆଜି ଆଦ୍ରତାର ମାତ୍ରା ଅଧିକ ହେତୁ ଅନୁଭୂତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ପାଣିପାଗ ବିଭାଗ କହିଛି। ସେହିପରି-
ଝାରସୁଗୁଡା:33°C
ବାରିପଦା: 33°C
ବାଲେଶ୍ୱର: 32.2°C
ଭୁବନେଶ୍ୱର:31.8°C
ଚାନ୍ଦବାଲି:31.6°C
କେନ୍ଦୁଝର: 31.6°C
ସମ୍ବଲପୁର: 31.6°C
ପୁରୀ: 31°C
ବୌଦ୍ଧ: 31°C
ରାଉରକେଲା: 30.8°C
ପାରାଦ୍ୱୀପ: 30.6°
ଅନ୍ୟପଟେ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ତିନି ଦିନ ଅସହ୍ୟ ତାତି ସହ ୨୧ ତାରିଖ ପରେ ବଦଳିବ ପାଣିପାଗ । ବର୍ଷା ପରେ ରାଜ୍ୟରେ ତାତି କମିବାର ଆଶଙ୍କା ରହିଛି l
ପାଣିପାଗ ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ୪୩.୫ ତାପମାତ୍ରା ଏବଂ ଅନୁଗୁଳର ତାପମାତ୍ରା ୪୩.୩ ଡିଗ୍ରୀ ରହିଥିଲା ଗତକାଲି । ତେବେ ଝାରସୁଗୁଡ଼ା ୪୨.୮ ଓ ବାରିପଦା ଜିଲ୍ଲାରେ ୪୨.୬ ଡିଗ୍ରୀ ତାପମାତ୍ରା ରହିଥିଲା l
ସେହିପରି ମାଲକାନଗିରି, ଟିଟିଲାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ୪୨.୫ ଡିଗ୍ରୀ ରହିଥିଲା l ଜଗତସିଂହପୁର ୪୨.୩ ଡିଗ୍ରୀ , ବାଲେଶ୍ବର, ନୂଆପଡ଼ା, ତାଳଚେର ଜିଲ୍ଲା ଏବଂ ସମ୍ବଲପୁର ଜିଲ୍ଲାରେ ୪୨.୨ ତାପମାତ୍ରା ରେକର୍ଡ କରାଯାଇଛି ଗତକାଲି ।