SUNSTARTV
ନୂଆଦିଲ୍ଲୀ: ପ୍ରତ୍ୟେକ ଝିଅ ବିବାହକୁ ନେଇ ଅନେକ କିଛି ସ୍ୱପ୍ନ ଦେଖିଥାନ୍ତି । ଗୋଟିଏ ଝିଅ ଜୀବନରେ ତାର ବିବାହ ହେଉଛି ସବୁଠୁ ନିଆରା ଓ ଗୁରୁତ୍ୱ ପୂର୍ଣ୍ଣ ଦିନ । ସେହି ଦିନ ବିବାହ ବେଦୀକୁ ଯିବା ପାଇଁ ଅପେକ୍ଷା କରି ରହିଥାଏ ଝିଅଟିଏ । କିନ୍ତୁ ଆଜି ଏହାର ବିପରୀତ କଥା ଦେଖିବାକୁ ମିଳିଛି ।ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାର ଲାଗିଛି ।
ତେବେ ଆଜି ଜଣେ ଝିଅ ବିବାହ ବେଦୀକୁ ଯିବା ଆଗରୁ ଆସିଛନ୍ତି ମତଦାନ କେନ୍ଦ୍ରକୁ । ତାହା ବି ପୁଣି କନ୍ୟା ବେଶରେ । ଆଜିଠୁ ଆରମ୍ଭ ହୋଇଛି ରାଜନୀତିର ମହାପର୍ବ । ଯେଉଁଥିରେ ସାମିଲ ହୋଇଛନ୍ତି ନେତାଠାରୁ ଆରମ୍ଭ କରି ସାଧାରଣ ଜନତା । ନିଜ ମତଦେବା ସହ ବାଛୁଛନ୍ତି ନେତା । ତେବେ ଏହି ମତଦାନ ପର୍ବରେ ବର୍ତ୍ତମାନ ଏକ ଫଟୋ ଖୁବ ଭାଇରାଲ ହେଉଛି । ଯେଉଁଥିରେ ଜଣେ ଝିଅ ବଧୂବେସରେ ସେ ନିଜ ଗାଁରେ ଥିିବା ଭୋଟ କେନ୍ଦ୍ର ପହଞ୍ଚିଛନ୍ତି । ଆଉ ସେ ଭୋଟ ଦେଇ ନିଜର ନାଗରିକତାର ଅଧିକାର ସାବ୍ୟସ୍ତ କରିଛନ୍ତି ।
ତେବେ ସେହି ନବବଧୂ ଜଣଙ୍କ ହେଉଛନ୍ତି ଉଦମପୁରର ପ୍ରତିମା ସିଂହ । ଯିଏକି ବିବାହ ବେଦୀକୁ ଯିବା ଆଗରୁ ଭୋଟ କେନ୍ଦ୍ରକୁ ଯାଇଛନ୍ତି । ଏଥିସହିତ ପ୍ରତିମା କହିଛନ୍ତି ଦେଶର ଜଣେ ନାଗରିକ ହିସାବରେ ମତାଧିକାର ସାବ୍ୟସ୍ତ ହେଉଛି ପ୍ରଥମ କର୍ତ୍ତବ୍ୟ । ଏଥିସହିତ ପ୍ରତିମା ଅନ୍ୟମାନଙ୍କୁ ଭୋଟ ଦେବାକୁ ମଧ୍ୟ ଅପିଲ କରିଥିବା ଜଣାପଡିଛି ।