SunstarTV
ଆମ ଐତିହ୍ୟ ଆମ ପରିଚୟ। ଏହି ସ୍ଥାନ ଗୁଡ଼ିକରେ ଆମର ସ୍ବର୍ଣ୍ଣିମ ଇତିହାସ ଲିପି ବଦ୍ଧ ହେଇ ରହିଛି । ତେବେ ଏହାକୁ ସୁରକ୍ଷା ଓ ଏହାର ନିର୍ମାଣକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏପ୍ରିଲ୍ ୧୮ ତାରିଖକୁ ବିଶ୍ବ ଐତିହ୍ୟ ଦିବସ ଭାବେ ପାଳନ କରାଯାଏ।
ପ୍ରତ୍ୟେକ ଦେଶରେ କିଛି ଐତିହ୍ୟ ଅଛି ଯାହା ଏହାର ମହାନତାର ପ୍ରତୀକ ।ଏହି ଅଟ୍ଟାଳିକା ମାଧ୍ୟମରେ ହିଁ ସେହି ଦେଶର କଳା, ସଂସ୍କୃତି ଏବଂ ଇତିହାସ ପ୍ରକାଶ ପାଇଥାଏ। ଏହି ଐତିହ୍ୟ ସ୍ଥାନଗୁଡିକ ହିଁ ମାନବ ଏବଂ ପ୍ରକୃତିର ସମ୍ପର୍କକୁ ପ୍ରତିଫଳିତ କରିଥାଏ ଏବଂ ମାନବ ସଭ୍ୟତାର ବିକାଶର କାହାଣୀ ମଧ୍ୟ କହିଥାଏ । ଆଗାମୀ ପିଢ଼ୀ କୁ ପୁରାତନ ସମୟ ସହିତ ପରିଚିତ କରାଇବାରେ ମଧ୍ୟ ଏହି ଜିନିଷଗୁଡ଼ିକର ମହତ୍ୱ ରହିଛି ।
ଏହି ବିଶ୍ବ ଐତିହ୍ୟ ଦିବସ ଅବସରରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। ଯାହା ପାଇଁ ଆଜି ସକାଳୁ ବିନା ଶୁଳ୍କରେ ପର୍ଯ୍ୟଟକ ମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିଛନ୍ତି। ସମସ୍ତ ପର୍ଯ୍ୟଟକ ମାନେ ଏହାର ଲାଭ ଉଠାଇବାରେ ସମର୍ଥ ହେଉଛନ୍ତି ।
ବର୍ତ୍ତମାନ ରିପୋର୍ଟ ଅନୁସାରେ ୨୦୨୩ ସୁଦ୍ଧା ସାରା ବିଶ୍ବରେ ୧୬୮ଟି ଦେଶରେ ସମୁଦାୟ ୧୧୯୯ଟି ବିଶ୍ବ ଐତିହ୍ୟସ୍ଥଳ ଅଛି। ଭାରତରେ ବର୍ତ୍ତମାନ ୪୨ଟି ବିଶ୍ବ ଐତିହ୍ୟ ସ୍ଥଳ ଅଛି। ଆମ ଓଡ଼ିଶାର ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ବିଶ୍ବ ଐତିହ୍ୟ ସ୍ଥଳରେ ସାମିଲ ହୋଇଛି।
କେବେ ପାଳନ ହେଇଥିଲା :
ସର୍ବପ୍ରଥମେ ବିଶ୍ବ ଐତିହ୍ୟ ଦିବସ, ଟ୍ୟୁନିସିଆରେ ‘ଇଣ୍ଟରନ୍ୟାସନାଲ କାଉନସିଲ୍ସ୍ ଅଫ୍ ମନ୍ୟୁମେଣ୍ଟସ୍ ଆଣ୍ଡ ସାଇଟ୍ସ’ ଦ୍ବାରା ଏପ୍ରିଲ୍ ୧୮, ୧୯୮୨ରେ ପାଳନ କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଏପ୍ରିଲ୍ ୧୮ ତାରିଖକୁ ‘ବିଶ୍ବ ଐତିହ୍ୟ ଦିବସ’ ଭାବେ ପାଳନ କରାଯାଉଛି। ପ୍ରତ୍ୟେକ ବର୍ଷ ଏହି ଦିବସ ପାଳନ ପାଇଁ ୟୁନେସ୍କୋ ପକ୍ଷରୁ ଏକ ଥିମ୍ ରଖାଯାଏ।
ପ୍ରତିବର୍ଷ ଏହି ଦିନ ଏକ ନୂତନ ଥିମ୍ ସହିତ ପାଳନ କରାଯାଏ । ଏହି ବର୍ଷ ବିଶ୍ୱ ଐତିହ୍ୟ ଦିବସର ବିଷୟବସ୍ତୁ ହେଉଛି – ବିବିଧତା ଆବିଷ୍କାର ଏବଂ ଅନୁଭବ କରିବା। (Discover and experience diversity)
ପ୍ରତ୍ୟେକ ଦେଶରେ କିଛି ଐତିହ୍ୟ ଅଛି ଯାହା ଏହାର ମହାନତାର ପ୍ରତୀକ । ଏହି ଅଟ୍ଟାଳିକା ମାଧ୍ୟମରେ ହିଁ ସେହି ଦେଶର କଳା, ସଂସ୍କୃତି ଏବଂ ଇତିହାସ ପ୍ରକାଶ ପାଇଥାଏ। ଏହି ଐତିହ୍ୟ ସ୍ଥାନଗୁଡିକ ହିଁ ମାନବ ଏବଂ ପ୍ରକୃତିର ସମ୍ପର୍କକୁ ପ୍ରତିଫଳିତ କରିଥାଏ ଏବଂ ମାନବ ସଭ୍ୟତାର ବିକାଶର କାହାଣୀ ମଧ୍ୟ କହିଥାଏ । ଆଗାମୀ ପିଢ଼ୀ କୁ ପୁରାତନ ସମୟ ସହିତ ପରିଚିତ କରାଇବାରେ ମଧ୍ୟ ଏହି ଜିନିଷଗୁଡ଼ିକର ମହତ୍ୱ ରହିଛି ।