Sunstar TV
ଭୁବନେଶ୍ୱର : ବିଜେଡିରେ ମିଶିଲେ ବର୍ଷା ପ୍ରିୟଦର୍ଶିନୀ । ଦିନକୁ ଦିନ ସଶକ୍ତ ହେଉଛି ବିଯୁଜନତା ଦଳ । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶୁଛି ବୋଲି କହିଛନ୍ତି ବର୍ଷା । ଏତଦବ୍ୟତୀତ ବର୍ଷା କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ହେଉଛନ୍ତି ଜଣେ ଅପ୍ରତିଦ୍ଵନ୍ଦୀ ମୁଖ୍ୟମନ୍ତ୍ରୀ । ପୂର୍ବରୁ ନବୀନ ଙ୍କ ପାଇଁ ଫିଲ୍ମ କରିଥିଲି ଆଉ ଏବେ ତାଙ୍କ କଥା କମ ଓ କାର୍ଯ୍ୟରେ ବେଶୀ ବିଶ୍ୱାସ କରୁଥିବା ନୀତିରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଲି । ସୂଚନା ଯୋଗ୍ୟ ଯେ, ବିଗତ ଦିନରେ ନବୀନ ନିବାସରେ ଓଲିଉଡ଼ ଷ୍ଟାର ମାନଙ୍କ ଗହଳି ଲାଗିଥିବା ବେଳେ ଆଜି ଓଲିଉଡ଼ କୁଇନ ବୋଲାଉଥିବା ବର୍ଷା ପ୍ରିୟଦର୍ଶିନୀ ବିଦ୍ଧିବଦ୍ଧ ଭାବେ ଶଙ୍ଖଭବନରେ ଶୁଭଶଙ୍ଖ ବଜାଇ ରାଜନୀତିରେ ସକ୍ରିୟ ହୋଇଛନ୍ତି । ତେବେ ଆଗାମୀ ନିର୍ବାଚନରେ ହେବେ କି ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ !