SUNSTARTV
ନୂଆଦିଲ୍ଲୀ: ପାଖେଇ ଆସୁଛି ନିର୍ବାଚନ । ଏନେଇ ୩୮ ଜଣିଆ ବିଜେଡି ଇସ୍ତାହାର କମିଟି ଗଠନ କରିଥିବା ବେଳେ ବିଜେପି ଆଜି ଘୋଷଣା କରିଛି ନିର୍ବାଚନୀ ଇସ୍ତାହାର । ଯେଉଁଥିରେ ସେ ୧୦ଟି କଥା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଇସ୍ତାହାର ଉନ୍ମୋଚନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏବଂ ରଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଉପସ୍ଥିତ ଥିଲେ । ଏଥିସହିତ ନିର୍ବାଚନ ଇସ୍ତାହାର ପ୍ରସ୍ତୁତି ଲାଗି ଦଳ ଗଠନ କରିଛି ୨୭ ଜଣିଆ କମିଟି ।
ତେବେ ବିଜେପି ଏହି ନିର୍ବାଚନ ଇସ୍ତାହରେ ଯେଉଁ ୧୦ କଥା ଉପରେ ଗୁରୁତ୍ୱ ଦେଇଛି ସେଗୁଡିକ ହେଲା ଯଥା, ୮୦ କୋଟି ପରିବାରଙ୍କୁ ମାଗଣା ରାସନ ମିଳିବ, ପ୍ରତ୍ୟେକ ଗରିବ ପରିବାରକୁ ପକ୍କା ଘ. ୩୩ କୋଟି ନୂଆ ଘର ଗ୍ୟାରେଣ୍ଟି, କୃଷକଙ୍କୁ ବାର୍ଷିକ ୬ ହଜାର ଟଙ୍କା ମିଳିବ । ସେହିପରି ଆୟୁସମାନ ଭାରତ ଯୋଜନା, ବୃଦ୍ଧ ଓ ବୃଦ୍ଧାଙ୍କ ପାଇଁ ଆୟୁସମାନ,ସମସ୍ତ ଘରକୁ ଟ୍ୟାପରେ ପାଣି ଯୋଗାଣ , ଏମଏସପିରେ ବୃଦ୍ଧି ଜାରି ରହିବ ଉଜ୍ଜଳା ଯୋଜନା ଏବଂ ଜାତୀୟ ସର୍ବନିମ୍ନ ବେତନ ଉପରେ ଶେଷ୍ । ତେବେ ବିଜେପି ନିର୍ବାଚନରେ ବିଜୟୀ ହେବା ପାଇଁ ଏହି ରଣନୀତି ଆପଣାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।