SUNSTARTV
ନୂଆଦିଲ୍ଲୀ: କାନାଡ଼ା ଓ ଭାରତ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରଥମେ କାନାଡ଼ାରେ ଭାରତର ରାଷ୍ଟ୍ରଦୂତ ଏବଂ ପରେ ସେଠାକାର ଦୂତାବାସରେ ଥିବା ଭାରତୀୟ କର୍ମଚାରୀ ମାନଙ୍କୁ ବାହାର କରିଛନ୍ତି ଟ୍ରୁଡୋ ସରକାର। ଗତବର୍ଷ ସେଠାରେ ଥିବା ୪୧ କୁଟନୈତିକଜ୍ଞୁ କାନାଡ଼ା ଭାରତ ଫେରିଯିବାକୁ ନିର୍ଦ୍ଦେଶ ଦେଇଥିଲେ।କାନାଡ଼ା ସରକାରଙ୍କର କହିବା କଥା ହେଲା, ଯଦି ଭାରତରେ ଆମ କୁଟନୈତିଜ୍ଞ ମାନଙ୍କର ସଂଖ୍ୟା କମିଛି, ତେବେ ଆମେ କାହିଁକି କାନାଡ଼ାରେ ଭାରତୀୟ ଅଧିକାରୀମାନଙ୍କୁ ସ୍ଥାନ ଦେବୁ? ଭାରତରୁ ରାଷ୍ଟ୍ରଦୂତଙ୍କ ପ୍ରତ୍ୟାବର୍ତ୍ତନ ପରେ ଏବେ କାନାଡ଼ା ମୁମ୍ବାଇ, ଚଣ୍ଡିଗଡ଼ ଓ ବେଙ୍ଗାଲୁରେ ଏହାର ଦୂତାବାସକୁ ବନ୍ଦ କରିଛି।
ତେବେ ବର୍ତ୍ତମାନ କାନାଡ଼ା କେତେଜଣ ଭାରତୀୟ କର୍ମଚାରୀଙ୍କୁ ହଟାଇଛି, ସେନେଇ କୌଣସି ସବିଶଷ ତଥ୍ୟ ନଥିବା ବେଳେ ଏହାର ସଂଖ୍ୟା ୧୦୦ରୁ ଅଧିକ ବୋଲି କୁହାଯାଉଛି। କାନାଡ଼ାରେ ଭାରତୀୟ କର୍ମଚାରୀଙ୍କ ଛଟେଇକୁ ନେଇ ସୂଚନା ଦେଇ ଭାରତରେ ଥିବା କାନାଡ଼ାର ରାଷ୍ଟ୍ରଦୂତ କହିଛନ୍ତି ଯେ, ‘ଯଦିଓ ଏହା ଏକ କଠିନ ନିଷ୍ପତ୍ତି ଅଟେ, ତଥାପି ଭାରତରେ ଆମ କର୍ମଚାରୀଙ୍କ ସଂଖ୍ୟାରେ ହ୍ରାସକୁ ନଜରରେ ରଖି ଆମକୁ ଏପରି କରିବାକୁ ପଡ଼ିଛି।’ ସେ ଏହା ମଧ୍ୟ କହିଛନ୍ତି, ‘ଭାରତରେ କାନାଡ଼ାରେ ଭିସା ଆବେଦନ କେନ୍ଦ୍ର ପୂର୍ବଭଳି ଚାଲୁ ରହିବ। ଭାରତରେ ଆମେ କର୍ମଚାରୀମାନେ ସମ୍ପୁର୍ଣ୍ଣ ସମର୍ପଣ ଓ ଗମ୍ଭୀରତାର ସହିତ ସେବା ପ୍ରଦାନ କରିଆସିଛନ୍ତି।’
ଭାରତ ସହିତ କାନାଡ଼ାର କୁଟନୈତିକ ସମ୍ପର୍କରେ ତିକ୍ତତା ଭିତରେ କାନାଡ଼ାର କହିବା କଥା ହେଲା,’ଆମେ ଭାରତୀୟଙ୍କୁ ସ୍ବାଗତ କରୁଛୁ। ସେମାନେ କାନାଡ଼ାରେ ପାଠ ପଢ଼ିବା, ଚାକିରି କରିବା କିମ୍ବା ସ୍ଥାୟୀ ଭାବେ ବସବାସ କରିବାକୁ ମଧ୍ୟ ଆସିପାରିବେ, ଆମ ସେମାନଙ୍କୁ ସ୍ବାଗତ କରୁଛୁ। ଏପଟେ ଭାରତ ପକ୍ଷରୁ କୁହାଯାଇଛି ଯେ,’ଭାରତରେ କାନାଡ଼ା ଏହାର ଦୂତାବାସ ବନ୍ଦ କରୁ, ଏହା ସରକାରଙ୍କର କୌଣସି ଉଦ୍ଦେଶ୍ୟ ନଥିଲା ବରଂ ଉଭୟ ରାଷ୍ଟ୍ରରେ କୁଟନୈତିଜ୍ଞଙ୍କ ସଂଖ୍ୟାରେ ସମାନତା ରହୁ, ଏହା ହିଁ ମୂଳ ଲକ୍ଷ। କାନାଡ଼ାର କର୍ମଚାରୀ ଭାରତରେ ଆବଶ୍ୟକତା ଠାରୁ ଅଧିକ ଥିଲେ, ସେଥିପାଇଁ ୪୧ଜଣଙ୍କୁ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।